ଆସିଲା ବଡ ଖବର; ଦୁର୍ବଳ ହେବ ନାହିଁ ବାତ୍ୟା ଦାନା, ଭୟଙ୍କର ରୂପରେ ମାଡ଼ି ଆସୁଛି

ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି।

Cyclone Dana

ଲ୍ୟାଣ୍ଡଫଲ ବେଳେ ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଚାଳିଯିବାକୁ କୁହାଯାଇଛି। ଏପରିକି ଟିଣ ଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଦ୍ୟୁତ୍‌ କାଟ ହେବ, ସେଥିଲାଗି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗକୁ ବର୍ଷାର ପରିମାଣ ବଢ଼ିବ। କାରଣ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ନାହିଁ। ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଏପରିକି ଦାନାର ଆଖିକୁ ନେଇ ମଧ୍ୟ ବଡ଼ ଖବର ଆଶିଛି। ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ଗଣମାଧ୍ୟମକୁ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବ ନାହିଁ। ଦାନାର ଆଖି ନାହିଁ। ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ସୃଷ୍ଟି ହୋଇନାହିଁ।

କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ ଦାନା । ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ। ତେବେ ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି ଯେ, ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପୂର୍ବରୁ ସାମାନ୍ୟ ଦିଗ ବଦଳାଇପାରେ। ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ଦିଗ ବଦଳାଇପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଏହା ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+