ଆସିଲା ବଡ ଖବର; ୯୦ ଦିନ ଯାଏ ପୁରୀ ଜିଲ୍ଲାରେ ଲାଗୁ ହେଲା ୩୦ ଧାରା
ପୁରୀ ଜିଲ୍ଲାରେ ପୁଲିସ ଆଇନର ଧାରା ୩୦ ଲାଗୁ କରାଯାଇଛି। ଗତ ମାସ ୨୮ ତାରିଖରୁ ଲାଗୁ କରାଯାଇଥିବା ଏହି ଧାରା ଆସନ୍ତା ୨୦୨୫ ଫେବୃଆରୀ ୨୫ ତାରିଖ ଅର୍ଥାତ ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ।

ପୁରୀ ଜିଲ୍ଲାର ସମସ୍ତ ପୁଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡ଼ା ବିଜ୍ଞାପିତ ଅଞ୍ଚଳରେ ଧାରା ୩୦ ଲାଗୁ କରାଯାଇଛି। ଏହି ୯୦ ଦିନ ମଧ୍ୟରେ ବିନା ଅନୁମତିରେ କୌଣସି ସଭା, ଶୋଭାଯାତ୍ରା ଓ ମାଇକ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି।












Click it and Unblock the Notifications