ଆସିଲା ବଡ ଖବର; ପ୍ରଶ୍ନ ପତ୍ର ଲିକ ମାମଲା ,୧୨ ଜଣ ଗିରଫ

ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପରୀକ୍ଷାର ପଲିଟିକାଲ ସାଇନ୍ସ ବିଷୟର ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣା ବରପାଲିରେ ଚାଞ୍ଚଲ୍ୟ ଖେଳାଇଛି । ଏ ନେଇ ବରପାଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ୧୦ ଜଣ ଛାତ୍ର, ଜଣେ କିରାଣୀଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି ।

barapali colege

ସେହିପରି ଏହି ମାମଲାରେ ଜଣେ କମ୍ପ୍ୟୁଟର ଦୋକାନୀ ସହ ଜଣେ କିରାଣୀ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ କିରାଣୀ ନାକଟିଦେଉଳ ମହାବିଦ୍ୟାଳୟର ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ, ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା । ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ ।

ଏହି ଘଟଣାକୁ ନେଇ ଅଧ୍ୟକ୍ଷା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ନାକଟିଦେଉଲରୁ ପ୍ରଶ୍ନପତ୍ର ଆସିଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା। ଏହାପରେ ପୋଲିସ ଯେଉଁ ଛାତ୍ରମାନେ ପ୍ରଶ୍ନପତ୍ର କିଣିଥିଲେ ଓ ପ୍ରଶ୍ନପତ୍ର ବିକ୍ରି କରିଥିବା କିରାଣୀଙ୍କୁ ପୋଲିସ ଗିରଫ କରିଛି। ଏ ଦିଗରେ ବରପାଲି ପୋଲିସ ତଦନ୍ତ ଚଲାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+