ଆସିଲା ବଡ ଖବର; ଖାଇବା ସମୟରେ ବଜ୍ରପାତ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ, ୫ ଜଣଙ୍କ ଅବସ୍ଥା ଗୁରୁତର
ବଜ୍ରପାତରେ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘଡ଼ଘଡି ସହ ବର୍ଷା ହୋଇଥିଲା। ଫଳରେ ବଜ୍ରପାତ ଯୋଗୁ ଗାଲେରୀ ହାଇ ସ୍କୁଲର ୩୦ରୁ ଉଦ୍ଧର୍ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି।

ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆହତମାନଙ୍କ ଚିକିତ୍ସା ଗାଲେରୀ ମେଡିକାଲରେ ଚାଲିଛି। ମେଡ଼ିକାଲ ଅଫିସର୍ ଡା. ଭଗବାନ ସାହୁ, ଡା. ନିଶିକାନ୍ତ ନାୟକ ଛାତ୍ରୀଛାତ୍ରମାନଙ୍କ ଚିକିତ୍ସା କରୁଛନ୍ତି।
ଘଟଣାରୁ ପ୍ରକାଶ ଯେ, ଆଜି ମଧ୍ୟାହ୍ନଭୋଜନ ସମୟରେ ଛାତ୍ରୀଛାତ୍ର ମାନେ ଏଣେତେଣେ ଘୁରି ବୁଲୁଥିଲେ। ଏହି ସମୟରେ ବଜ୍ରପାତ ମାରିବାରୁ ୩୦ରୁ ଉଦ୍ଧର୍ବ ଛାତ୍ରୀଛାତ୍ର ଅଚେତ ହୋଇ ତଳେ ପଡି ଯାଇଥିଲେ।
ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଚିକିତ୍ସା ପାଇଁ ଗାଲେରୀ ମେଡ଼ିକାଲକୁ ଆଣିଥିଲେ। ସେଥିମଧ୍ୟରୁ ଗୁରୁତର ୫ ଜଣକୁ ଭଞ୍ଜନଗର ଚିକିତ୍ସା ପାଇଁ ପଠାଯାଉଥିବା ଜଣାପଡିଛି । ଏହି ଘଟଣା ପରେ ଛାତ୍ରୀଛାତ୍ରମାନେ ଆତଙ୍କିତ ହୋଇପଡିଛନ୍ତି।












Click it and Unblock the Notifications