ଆସିଲା ବଡ ଖବର; ଚାଷୀଙ୍କୁ ଟଙ୍କା ଦେବେ ମୋହନ ସରକାର, ଜାଣନ୍ତୁ କେବେ
ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। ଏଥିପାଇଁ ନୂଆ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି। ତେବେ କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି।

କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି। କାଳିଆ ଯୋଜନାରେ ଯେଉଁ ହିତାଧିକାରୀମାନେ ସହାୟତା ପାଉଥିଲେ ସେମାନଙ୍କୁ ସିଏମ କିଷାନ ଯୋଜନା ଟଙ୍କା ମିଳିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ହେଲେ, ଏସବୁ ଭିତରେ ଚାଷୀଙ୍କ ପାଇଁ ଭଲ ଖବର ଆସିଛି। ସେପ୍ଟେମ୍ବର ୮ରେ ପଡୁଥିବା ନୂଆଁଖାଇ ପର୍ବ ଅବସରରେ ଚାଷୀଙ୍କୁ ସିଏମ କିଷାନ ଟଙ୍କା ଦେବାକୁ ଯୋଜନା କରିଛନ୍ତି ନୂଆ ସରକାର। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି। ଏବଂ ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଯିବ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା। ନୂଆଁଖାଇ ପଶ୍ଚିମ ଓଡିଶାର ଗଣପର୍ବ ହୋଇଥିବାରୁ ଏହି ଅବସରରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର।
ସିଏମ କିଷାନ ଯୋଜନା ପାଇଁ ମୋହନ ସରକାର ବଜେଟରେ ୧୯ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ହେଲେ, ସିଏମ କିଷାନ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସହ ଭୂମିହୀନଙ୍କୁ ସହାୟତା ମିଳିବ କି ନାହିଁ ତାହା ସ୍ପଟ ହୋଇନି। ପୂର୍ବରୁ ୪୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୯ଲକ୍ଷରୁ ଅଧିକ ଭୂମିହୀନଙ୍କୁ କାଳିଆ ଯୋଜନାରେ ସହାୟତା ମିଳିଥିଲା। ହେଲେ ଦଳୀୟ ଭିତିରେ ଚୟନ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇ ଆସୁଛି।












Click it and Unblock the Notifications