ଆସିଲା ବଡ ଖବର; ଶ୍ରୀମନ୍ଦିର ଭିତରେ ହୃଦଘାତରେ ଟଳି ପଡିଲେ ସେବାୟତ
ଶ୍ରୀମନ୍ଦିର ଭିତରେ ବୁଧବାର ଜଣେ ସେବାୟତଙ୍କର ଜୀବନ ଯାଇଛି। ମୃତକ ଜଣକ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି ବୋଲି ଜଣାପଡ଼ିଛି। ମଧ୍ୟାହ୍ନ ସମୟରେ ସେ ଅସୁସ୍ଥ ହୋଇ ଶ୍ରୀମନ୍ଦିର ଭିତରେ ହିଁ ଟଳି ପଡ଼ିଥିଲେ।

ତାଙ୍କୁ ପୁରୀ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।












Click it and Unblock the Notifications