Get Updates
Get notified of breaking news, exclusive insights, and must-see stories!

ଗ୍ରାହକଙ୍କୁ ବଡ ଆଶ୍ୱସ୍ତି, କମିଲା ସୁନା ରୂପା ଦର

କମିଲା ସୁନା ଆଉ ରୁପା ଦାମ । ଲଗାତାର ବଢୁଥିବା ସୁନା ଆଉ ରୁପା ଦାମ ଭିତରେ, ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଶୁକ୍ରବାର ବଜାର ଖୋଲିବା ପରେ ସୁନା ଆଉ ରୁପା ଦାମ କମ ହୋଇଛି । ମିଳିଥିବା ସୂଚନା ଅନୁସାରେ, ସୁନା ରେଟ୍ ୧୦ ଗ୍ରାମ ପିଛା ୮ ହଜାର ଟଙ୍କା ଶସ୍ତା ହୋଇଛି । ଗୁରୁବାର ରୁପା ଦାମ କେଜି ପ୍ରତି ୪ ଲକ୍ଷରେ ପହଞ୍ଚିଥିଲା । ଗତକାଲି ରୁପା କେଜି ପ୍ରତି ଦାମ ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କା ରହିଥିଲା । ହେଲେ ଆଜି ଏହା ପାଖାପାଖି ୨୦ ହଜାର ଟଙ୍କାରୁ ଅଧିକ ଖସି ୩ ଲକ୍ଷ ୭୫ ହଜାରରେ ପହଞ୍ଚିଛି । ସେହିପରି ଗତକାଲି ସୁନାର ଦାମ ୧ ଲକ୍ଷ ୮୩ ହଜାରରେ ପହଞ୍ଚିଥିଲା । ହେଲେ ଶୁକ୍ରବାର ଏହା ପାଖାପାଖି ୮ ହଜାର ୮ ଶହ ଟଙ୍କା ଶସ୍ତା ହୋଇ ୧ ଲକ୍ଷ ୭୫ହଜାରରେ ପହଞ୍ଚିଛି ।

gold and silver prices

କୁହାଯାଉଛି, ବୈଶ୍ୱିକ ବଜାରରେ ସୁନା ଆଉ ରୁପାର ଦାମ ବଢୁଥିବା କାରଣରୁ ଲୋକମାନେ ସୁନାକୁ କିଣି ରଖିବାକୁ ପସନ୍ଦ କରୁଛନ୍ତି । ତେଣୁ ଏହି କାରଣରୁ ସୁନା ଦାମରେ ଅଚାନକ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ବୈଶ୍ୱିକ ସ୍ଥିତି ମଧ୍ୟ ଜଟିଳ ରହିଛି । ଟାରିଫ୍ ଓ୍ୱାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ କଥାବାର୍ତ୍ତା କରିବାକୁ ରାଜି ହୋଇଥିବା ଜଣାପଡ଼ିଛି । ଯାହାର ପ୍ରଭାବ ସୁନା ଓ ରୁପା ବଜାରରେ ମଧ୍ୟ ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+