ପୁଣି ସୁରକ୍ଷାକର୍ମୀଙ୍କ ବଡ ସଫଳତା; ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ

ମାଲକାଗିରି ସୀମାନ୍ତ ଛତିଶଗଡ଼ର ନାରାୟନପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି। ମୃତ ମହିଳା ନକ୍ସଲମାନେ ହେଲେ ଲକ୍ଷ୍ମୀ, ସବିତା ଓ ଶାନ୍ତି। ମୃତ ଲକ୍ଷ୍ମୀଙ୍କର ଘର କାଲିମେଳା ତେକଗୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି।

ଗତକାଲି ନାରାୟନପୁର ଓ କଂକେର ସୀମାବର୍ତ୍ତୀ ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୁଲିସ ଏନକାଉଣ୍ଟରରେ ୩ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା।

ଲକ୍ଷ୍ମୀ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ସବିତା ଓ ଶାନ୍ତି ଏସିଏମ ଥିବା ବେଳେ ଏହି ଦୁଇଜଣଙ୍କ ନାମରେ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ପୁଲିସ ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+