ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର

ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ବିଶାଳ ଜନସମୁଦ୍ର ଦେଖିବାକୁ ମିଳିଛି । ମନ୍ତ୍ରୀ, ନେତା ଓ କର୍ମୀ ଏକାଠି ହୋଇଛନ୍ତି । ନାଚ, ଗୀତ, ପାରମ

ଭୁବନେଶ୍ୱର: ଦିଲ୍ଲୀରୁ 'ଜୀବନବ୍ୟାପୀ ସାଧନା ସମ୍ମାନ' ପାଇ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ବିଶାଳ ଜନସମୁଦ୍ର ଦେଖିବାକୁ ମିଳିଛି । ମନ୍ତ୍ରୀ, ନେତା ଓ କର୍ମୀ ଏକାଠି ହୋଇଛନ୍ତି । ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପୁଛି ।

CM Naveen Patnaik

ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି । ଯାହାକୁ ନେଇ କମିଶନରେଟ୍ ପୋଲିସ ବି ପ୍ରସ୍ତୁତ ରହିଛି । ବିମାନବନ୍ଦରରେ ଜୋରଦାର ପ୍ରସ୍ତୁତି କରାଯାଇଛି । ସମୟ ପ୍ରାୟ ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିଛନ୍ତି । ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଜମି ଥିବାରୁ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି । ଭୁବନେଶ୍ବର ବିମାନରେ ଯିବାକୁ ଥିବା ଯାତ୍ରୀମାନଙ୍କୁ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚି ଯିବାକୁ ଗତକାଲିଠୁ ଅନୁରୋଧ କରଯାଇଥିଲା । ସେହିପରି ବ୍ୟାପକ ଭିଡ଼ ନିୟନ୍ତ୍ରୟଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି ୩୦ ପ୍ଲାଟୁନ ଫୋର୍ସ। ଟ୍ରାଫିକ ପରିଚାଳନା ଗୁରୁତ୍ବରେ ୧୬ ଏସିପି, ୮ ଏଡିସିପି, ୨୯ ଇନସ୍ପେକ୍ଟର ଓ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଛି।

ସୂଚନାଥାଉ କି, ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜନସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+