Get Updates
Get notified of breaking news, exclusive insights, and must-see stories!

ବାଲେଶ୍ୱର ଓ କୋରାପୁଟରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

ଉଭୟ ବାଲେଶ୍ୱର ଏବଂ କୋରା ପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ରହିଥିଲା । ଦୁଇ ଜିଲ୍ଲା ପରିକ୍ରମା କରି ଅହିଂସା ରଥ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ମହାତ୍ମାଗାନ୍ଧୀଙ୍କର ସତ୍ୟ, ଅହିଂସା, ମାନବବାଦର ବାର୍ତ୍ତା ପ୍ରଚାର କରୁଛି ।

ଭୁବନେଶ୍ୱର: ବିଗତ ତିନି ଦିନ ଧରି ଅହିଂସା ରଥ ବାଲେଶ୍ୱର ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । ଉଭୟ ବାଲେଶ୍ୱର ଏବଂ କୋରା ପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ରହିଥିଲା । ଦୁଇ ଜିଲ୍ଲା ପରିକ୍ରମା କରି ଅହିଂସା ରଥ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ମହାତ୍ମାଗାନ୍ଧୀଙ୍କର ସତ୍ୟ, ଅହିଂସା, ମାନବବାଦର ବାର୍ତ୍ତା ପ୍ରଚାର କରୁଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅହିଂସା ରଥ ଅଭିଯାନ ଏକ ଅଭିନବ ପ୍ରୟାସ ।

Ahinsa Rath

ରାଜ୍ୟର ଜନସାଧାରଣଙ୍କ ନିକଟରେ ଏହି ରଥ ପହଞ୍ଚି ସ୍ୱାଧୀନତା ସଂଗ୍ରାମ ତଥା ବୀର ସଂଗ୍ରାମୀମାନଙ୍କ ତ୍ୟାଗ, ସଂଘର୍ଷର କାହାଣୀ ବଖାଣିବା ସହ ଜନମାନସରେ ସ୍ୱାଧୀନତା ସଂଗ୍ରାମ ଏବଂ ଅହିଂସା ଆୟୁଧ ସଂ ପର୍କରେ ସ୍ମୃତି ଉଜ୍ଜୀବିତ ହୋଇପାରିଛି । ଗତ ଅଗଷ୍ଟ ୧୫ ତାରିଖରୁ ଅଭିଯାନରେ ବାହାରିଥିବା ଅହିଂସା ରଥ ଆଜିକୁ ଦୀର୍ଘ ୩୨ ଦିନ ହେଲା ସାରା ରାଜ୍ୟ ପରିକ୍ରମା କରିଛି ।

ଆଜି କୋରାପୁଟ ଜିଲ୍ଲାର ସୁନାବେଡ଼ାଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା । ମୁନିସି ପାଲିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଯୋଜନା ଉ ପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ମୁନିସି ପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ସମସ୍ତ କାଉନ୍‌ସିଲର, ଛାତ୍ରଛାତ୍ରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ସେଠାରୁ ଅହିଂସା ରଥ ନନ୍ଦ ପୁର ବ୍ଲକ୍‌ ପରିକ୍ରମା ନିମନ୍ତେ ଗସ୍ତ କରିଥିଲା ।

ନନ୍ଦ ପୁରଠାରେ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀ, ନନ୍ଦ ପୁର ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନତା ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ସଭା ଅନୁଷ୍ଠିତ ହେବା ସହ ସେଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଓ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ବନ୍ଦେ ମାତରଂଠାରୁ ଆରମ୍ଭ କରି ବିଭିନ୍ନ ସ୍ଳୋଗାନ୍‌ ଦେଇ କୋରାପୁଟ ସହର ମେଡିକାଲ ଛକରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ରାଲିର ଆୟୋଜନ ହୋଇଥିଲା । ସ୍ଥାନୀୟ ମୁନିସି ପାଲିଟିର ନିର୍ବାଚିତ ପ୍ରତିନିଧି, ସ୍କୁଲକଲେଜର ଛାତ୍ରଛାତ୍ରୀ, ମିଶନ ଶକ୍ତି ସଭ୍ୟା, ସାମ୍ବାଦିକ, ସାଧାରଣ ଜନତା ସମସ୍ତଙ୍କର ଉପସ୍ଥିତିରେ ମୁନିସିପାଲିଟି ସଭାଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୋଲିସ ବନ୍ଧୁମାନେ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରେ ଅହିଂସା ରଥକୁ ଏକ ବିଶାଳ ରାଲି ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ଜିଲ୍ଲା ସ୍କୁଲଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ଜିଲ୍ଲା ପରିଷଦ ସଭା ପତି, ମୁନିସି ପାଲିଟି ଅଧ୍ୟକ୍ଷ, ଉ ପଜିଲ୍ଲା ପାଳ, ବିଡ଼ିଓ, ସିଡ଼ି ପିଓ, ବ୍ଲକ୍‌ ଅଧ୍ୟକ୍ଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‌ର ଉଲୁଡ଼ା ଗ୍ରାମ ପଞ୍ଚାୟତଠାରେ ଭୋଗରାଇ ବିଧାୟକ, ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ । କବି ସ୍ୱର୍ଗତ ମନୋଜ ଦାସଙ୍କ େ ପðତୃକ ଗ୍ରାମ ଶଙ୍ଖାରୀ ଓ ଥାନା ଛକଠାରେ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା ।

ସେହିପରି ଖଇରା ବ୍ଲକ୍‌ର ତୁଡ଼ିଗାଡ଼ିଆଠାରେ ଛାତ୍ରଛାତ୍ରୀମାନେ ଏକ ବିରାଟ ରାଲି କରି ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ । ସିମୁଳିଆ-ଖଇରାର ବିଧାୟକ, ବିଡ଼ିଓ, ତହସିଲଦାର, ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଛାତ୍ରଛାତ୍ରୀ, ପଞ୍ଚାୟତିରାଜ ପ୍ରତିନିଧି ପ୍ରମୁଖ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେ ଏହି ରଥ ଗଣ୍ଡିବେଡ଼ା, ଶ୍ୟାମସୁନ୍ଦର ପୁର ଗ୍ରାମ ପଞ୍ଚାୟତ, ମହିତା ପୁର ଗ୍ରାମ ପଞ୍ଚାୟତଠାରେ ପରିକ୍ରମା କରିବା ଅବସରରେ ସ୍ଥାନୀୟ ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ସ୍ଥାନୀୟ ଜନସାଧାରଣମାନେ ରଥକୁ ସ୍ୱାଗତ କରିଥିଲେ । ବିଭିନ୍ନ ସ୍ଥାନରେ ସଭା ଆୟୋଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ପ୍ରଦର୍ଶନ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+