ଗ୍ରାହାମ ଷ୍ଟେନ୍ ହତ୍ୟାକାଣ୍ଡ; ଦାରା ସିଂହଙ୍କ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କଲେ ବିଜେପି ବିଧାୟକ
ପୁଣି ଚର୍ଚ୍ଚାରେ ଗ୍ରାହାମ ଷ୍ଟେନ୍ ହତ୍ୟାକାଣ୍ଡ. ହତ୍ୟାକାରୀ ଦାରା ସିଂହଙ୍କ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କଲେ ତେଲେଙ୍ଗାନା ବିଜେପି ବିଧାୟକ ଟି. ରାଜା ସିଂହ।

ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନ୍ସ ଜଣେ ଅଷ୍ଟ୍ରେଲୀୟ ଖ୍ରୀଷ୍ଟିଆନ ମିଶନାରୀ ଥିଲେ, ଯାହାଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗରେ ହତ୍ୟା କରାଯାଇଥିଲା । ଗ୍ରାହାମ ଓ ତାଙ୍କର ଦୁଇ ପୁଅ ଫିଲିପ୍ ଏବଂ ଟିମୋଥିଙ୍କୁ ବଜରଙ୍ଗ ଦଳର ସଦସ୍ୟମାନେ ପୋଡ଼ି ହତ୍ୟା କରିଥିଲେ ।
୨୦୦୩ରେ ବଜରଙ୍ଗ ଦଳର କର୍ମକର୍ତ୍ତା ଦାରା ସିଂହଙ୍କୁ ହତ୍ୟାକାରୀଙ୍କ ନେତୃତ୍ୱ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
୨୩ ଜାନୁଆରୀ ୧୯୯୯ ମସିହାରେ ହୋଇଥିଲା ହତ୍ୟାକାଣ୍ଡ
ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ୨ ଶିଶୁପୁତ୍ରଙ୍କୁ ହତ୍ୟା କରାଯାଇଥିଲା
ରାତିରେ କାର୍ରେ ଶୋଇଥିବା ବେଳେ ପୋଡ଼ି ହତ୍ୟା କରାଯାଇଥିଲା
କେନ୍ଦୁଝର ମନୋହରପୁର ଗାଁରେ ଘଟିଥିଲା ହତ୍ୟାକାଣ୍ଡ
ଧମାନ୍ତରୀକରଣ ଅଭିଯୋଗରେ ପୋଡ଼ି ହତ୍ୟା କରିଥିଲା ଦାରା
୨୦୦୩ରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହ ଦୋଷୀ ସାବ୍ୟସ୍ତ ହୋଇଛଥିଲା
ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛି ମୁଖ୍ୟ ଅଭିଯୁକ୍ତ ଦାରା ସିଂହ
ଗ୍ରାହାମ ହୋ ଭାଷାରେ ବାଇବେଲ ଅନୁବାଦରେ ସହଯୋଗ କରିଥିଲେ
୧୯୬୫ ମସିହାରେ ଭାରତ ଭ୍ରମଣରେ ଆସିଥିଲେ ଗ୍ରାହାମ ଷ୍ଟେନ୍
ଆଦିବାସୀ ଅଞ୍ଚଳରେ ମିଶନାରୀ ତରଫରୁ କାମ କରୁଥିଲେ












Click it and Unblock the Notifications