ଜାନୁଆରୀରୁ ପ୍ରତ୍ୟେକ ମାସରେ ମିଳିବ ରାସନ ସାମଗ୍ରୀ
Odisha News: ନୂଆ ବର୍ଷରୁ ନୂଆ ନିୟମ । ଆଉ ଏକ ବର୍ଷ ଆରମ୍ଭ ହେବା ସହ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଜାନୁଆରୀ ପହିଲାରୁ ହିତାଧିକାରୀଙ୍କୁ ପ୍ରତ୍ୟେକ ମାସରେ ମିଳିବ ରାସନ । ପୂର୍ବରୁ ତିନି ମାସରେ ଥରେ ମିଳୁଥିଲା ରାସନ ସାମଗ୍ରୀ । ସରକରାଙ୍କ ଏହି ବଡ଼ ଘୋଷଣା ପରେ ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
ଏପରି ସ୍ଥିତିରେ ଡିଲର ମାନେ ଠିକ୍ ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଇବା ଓ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଜାନୁଆରୀରୁ ହିତାଧିକାରୀଙ୍କୁ ପ୍ରତ୍ୟେକ ମାସରେ ଚାଉଳ ମିଳିବ। ସେହିପରି ଡିଲର ସ୍ତରରେ ହେରଫେର ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯିବ । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଯୋଗାଣ ମନ୍ତ୍ରୀ ଆଶା ରଖିଛନ୍ତି । ସେହିପରି ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications