କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରନ୍ତୁ ସରକାର: ସନାତନ ମହାକୁଡ଼ଙ୍କ ଦାବି
କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ ଦାବି କରିଛନ୍ତି । କାଚ ବୋତଲ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ମଦ ବିକ୍ରି ପାଇଁ ସରକାର ଯୋଜନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ସନାତକ ଦାବି କରିଛନ୍ତି ଯେ, କାଚ ବୋତଲରେ ମଦ ବିକ୍ରି ହେଉଥିବାରୁ ବ୍ୟବହାର ପରେ ସେହି କାଚ ଅଧିକାଂଶ ଲୋକ ଭାଙ୍ଗିବାହାରେ ଫିଙ୍ଗୁଛନ୍ତି ।

ଭଙ୍ଗା କାଚ ଦ୍ୱାରା ପରିବେଶ ନଷ୍ଟ ହେଉଥିବା ବେଳେ ଅନେକ ଲୋକ ଓ ପ୍ରାଣୀ ସମ୍ପଦ ଘଟୁଥିବା ଦୁର୍ଘଟଣାରେ ଆହତ ହେଉଛନ୍ତି। ତେଣୁ ମଦ ବୋତଲର ବିକଳ୍ପ ବ୍ୟବସ୍ଥା ଏବେ ଜରୁରୀ ହୋଇପଡିଥିବା ସେ କହିଛନ୍ତି।
ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି । ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଏ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । କେଉଁ ଜିଲ୍ଲାରୁ କେତେ ସଂଖ୍ୟକ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି । ଆଉ କେତେ ଜଣ ସୁଭଦ୍ରା ଯୋଜନା ଟଙ୍କା ପାଇସାରିଛନ୍ତି ସେନେଇ ପ୍ରଶ୍ନ କରିଥିଲେ ପ୍ରଦୀପ ଦିଶାରୀ । ଯାହାର ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସୂଚନା ଦେଇ ପ୍ରଭାତୀ କହିଥିଲେ, ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି । ତେବେ ୨୭ ହଜାର ୭୭୪ ଜଣ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଗତ ତ୍ରୁଟି କାରଣରୁ ଏବଂ ୨ ଲକ୍ଷ ୨୦ ହଜାର ୨୫୯ ଜଣ ଅଯୋଗ୍ୟ ବିବେଚିତ ହେବା କାରଣରୁ ଟଙ୍କା ପାଇପାରିନାହାଁନ୍ତି । ଏଥିସହ କେଉଁ ଜିଲ୍ଲାର କେତେ ମହିଳା ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍ତି ସେନେଇ ସର୍ବିଶେଷ ବିବରଣୀ ଦେଇଛନ୍ତି ପ୍ରଭାତୀ ପରିଡା












Click it and Unblock the Notifications