ନିଷ୍ପତ୍ତି ବଦଳିଲା, ସ୍ୱାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ ,ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ
Independence day 2022 : Odisha Govt Revises Decision Allows Students To Participate In Independence Day Celebrations ,ନିଷ୍ପତ୍ତି ବଦଳିଲା, ସ୍ୱାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ ,ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ନିଷ୍ପତ୍ତି ବଦଳିଲା, ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ସରକାରୀଙ୍କ ମାର୍ଗଦର୍ଶିକା ଅନୁସାରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ଶିକ୍ଷାର୍ଥୀ ଭାଗ ନେଇପାରିବେ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଛାତ୍ରଛାତ୍ରୀ ସାମିଲ ହେବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ । ୭୬ ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ । ତେବେ ଗତକାଲି ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ । ଆଜି ନିଷ୍ପତ୍ତି ବଦଳିବା ନେଇ ପୁଣି ସୂଚନା ଦେଇଛନ୍ତି ।

ତେବେ ସାରା ଦେଶ ଦୁଇ ବର୍ଷ ହେବ କୋଭିଡ ଆତଙ୍କ ଭିତରେ ରଖିଛି । ବର୍ତ୍ତମାନ ମଧ୍ୟ ରାଜ୍ୟରେ ଲାଗି ରହିଛି ଏହି ଭୟ । ଏଥିପାଇଁ ସ୍ବାଧୀନତା ଦିବସରେ ଲାଗିଥିଲା କଟକଣା । ଏଥର ସ୍ୱାଧୀନତା ଦିବସ ସମାରୋହରେ ସ୍କୁଲ ଯିବେନି ଛାତ୍ରଛାତ୍ରୀ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଆଜି ପୁଣି ଏହି ନିଷ୍ପତ୍ତି ବଦଳିଛି । ସମଗ୍ର ଶିକ୍ଷାନୁଷ୍ଠାନରେ ପାଳନ ହେବାକୁ ଯାଉଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications