Get Updates
Get notified of breaking news, exclusive insights, and must-see stories!

ମାର୍ଚ୍ଚରୁ ବଦଳିଲା ଏହି ସବୁ ନିୟମ, ଜାଣନ୍ତୁ କଣ ପଡିପାରେ ଏହାର ପ୍ରଭାବ

ମାର୍ଚ୍ଚ ପହିଲାରୁ ଦେଶରେ ୪ଟି ବଡ଼ ପରିବର୍ତ୍ତନ ହୋଇଛି । ଯେଉଁ ନିୟମ ସବୁ ପରିବର୍ତ୍ତନ ହୋଇଛି ତାହା ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ।

ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ଦେଶରେ ୪ଟି ବଡ଼ ପରିବର୍ତ୍ତନ ହୋଇଛି । ଯେଉଁ ନିୟମ ସବୁ ପରିବର୍ତ୍ତନ ହୋଇଛି ତାହା ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ତେବେ ଆମର ଏହି ରିପୋର୍ଟରେ ଜାଣନ୍ତୁ, କଣ ସବୁ ବଦଳିବ ମାର୍ଚ୍ଚ ମାସରେ...

ଗ୍ୟାସ ଦର ବଦଳି ପାରେ:

ପ୍ରତ୍ୟେକ ମାସ ପହିଲାରୁ ଗ୍ୟାସ୍‌ ଦର ଅଦଳବଦଳ ସାଧାରଣ ଭାବରେ କରାଯାଇଥାଏ । ପ୍ରତ୍ୟେକ ମାସ ପ୍ରଥମ ତାରିଖରେ ଗ୍ୟାସ୍‌ ବିତରଣ କମ୍ପାନୀ ମାନେ ଗ୍ୟାସ୍‌ ଦର ନିର୍ଦ୍ଧାରଣ କରିଥାନ୍ତି। ତେବେ ମାର୍ଚ୍ଚ ମାସରେ ଗ୍ୟାସ ଦର ହ୍ରାସ କିମ୍ବା ବୃଦ୍ଧି କରିପାରିନ୍ତି ସରକାର। କାରଣ ବର୍ତ୍ତମାନ ସମୟରେ ଗ୍ୟାସ ମୂଲ୍ୟ ଯେପରି ଭାବରେ ବୃଦ୍ଧି ହୋଇଛି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଲୋକ।

govt of india

ବୟସ୍କ ଲୋକଙ୍କୁ କରୋନା ଟିକା:

ଆଜିଠୁ ଦେଶରେ ବୟସ୍କମାନଙ୍କୁ ଟିକା ଦିଆଯିବାର ନିଷ୍ପତ୍ତି ହୋଇଛି। ମହାମାରି କରୋନାକୁ ମାତ୍‌ ଦେବା ପାଇଁ ଦେଶରେ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା। ପ୍ରଥମେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି। ଏବେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ କରୋନା ଟିକା ଦିଆଯିବାକୁ ଥିବାବେଳେ ୪୫ ବର୍ଷରୁ ଅଧିକ ବୟସ ଲୋକ ଯେଉଁମାନେ ଗମ୍ଭୀର ରୋଗର ଶିକାର ହୋଇଥିବେ ସେମାନଙ୍କୁ ବି ଆଜିଠାରୁ କରୋନା ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ରାଜ୍ୟର ଅନେକ ଘରୋଇ ମେଡିକାଲରେ ବି କରୋନା ଟିକା ନେଇ ପାରିବେ ବୟସ୍କ ବ୍ୟକ୍ତି ବୋଲି ସୂଚନା ରହିଛି।

ଏହି ବ୍ୟାଙ୍କର IFSC କୋଡ ଆଉ କରିବ ନାହିଁ କାମ

ଯଦି ଆପଣଙ୍କ ବ୍ୟାଙ୍କ ଖାତା ବ୍ୟାଙ୍କ ଅଫ୍‌ ବରୋଦାରେ ଅଛି । ତେବେ ଆପଣଙ୍କ ପାଇଁ ଏହା ଜାଣିବା ନିହାତି ଜରୁରୀ ଅଟେ । କାରଣ ୨୦୧୯ ଏପ୍ରିଲ ପହିଲାରୁ ଦେନା ବ୍ୟଙ୍କ, ବିଜୟା ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ବରୋଦାର ସମଷ୍ଟି ହୋଇ ଗୋଟିଏ ବ୍ୟାଙ୍କରେ ପରିଣତ ହୋଇଛି। ଏହା ପରେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ଗ୍ରାହକ ବ୍ୟାଙ୍କ ଅଫ‌ ବରୋଦାର ଗ୍ରାହକ ହୋଇଛନ୍ତି। ଏବେ ମାର୍ଚ୍ଚ ପହିଲାରୁ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର IFSC କୋର୍ଡ ଆଉ କାମ କରିବନି ବୋଲି ଜଣାପଡିଛି। ଗ୍ରାହକ ମାନେ ମାର୍ଚ୍ଚ ୧ ତାରିଖରୁ ନୂଆ IFSC କୋର୍ଡ ବ୍ୟବହାର କରିବାକୁ ପଡ଼ିବ।

ମାର୍ଚ୍ଚ ମାସରୁ ଉଠାଇପାରିବେ ସରକାରୀ ଯୋଜନାର ଫାଇଦା:

ଭାରତ ସରକାର ବିବାଦରୁ ବିଶ୍ୱାସ ଯୋଜନାର ଶେଷ ତାରିଖ ଘୁଞ୍ଚାଇ ଦେଇଛନ୍ତି। ପ୍ରତ୍ୟକ୍ଷ କର ବିବାଦ ସମାଧାନ ଯୋଜନା ଅନ୍ତର୍ଗତ କର ସମ୍ବନ୍ଧୀୟ ଘୋଷଣା ଦାଖଲ କରିବାର ସମୟ ସୀମା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ସରକାର। ଯାହାଫଳରେ କରଦାତା ମାନେ ମାର୍ଚ୍ଚ ମାସରେ ଏହି ସରକାରୀ ଯୋଜନାର ଫାଇଦା ଉଠାଇ ପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+