ଆସିଲା ଗାଇଡଲାଇନ୍: ବାଣ ଦୋକାନରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର
ଭୁବନେଶ୍ୱର: ଦୀପାବଳି ପାଇଁ ବାଣ ଦୋକାନୀଙ୍କ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ୍ । ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ସ୍ଥାୟୀ ଏବଂ ଆସ୍ଥାୟୀ ବାଣ ଦୋକାନ ପାଇଁ ଅଲଗା ଅଲଗା ଗାଇଡ୍ ଲାଇନ ଜାରି କରାଯାଇଛି । ବେଆଇନ୍ ବାଣ କାରବାର ଉପରେ କଡ଼ା ନଜର ରଖାଯିବ ।
ବାଣ ବିକ୍ରି କରୁଥିବା ଆସ୍ଥାୟୀ ଦୋକାନ ଗୁଡିକ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଏବଂ କୌଣସି ସୁରକ୍ଷିତ କାର୍ଯ୍ୟସ୍ଥଳ ଠାରୁ ୧୫୦ ଫୁଟ୍ ଦୂପତାରେ ରହିବ । ଦୋକାନ ଗୁ଼ଡିକ ମୁହାଁମୁହିଁ ହୋଇପାରିବ ନାହିଁ । ଦୋକାନ ପାଖରେ ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟର ବ୍ୟବହାର କରାଯାଇ ପାରିବ ନାହିଁ । କୌଣସି ଦୋକାନର ୫୦ ମିଟର ଦୂରତା ମଧ୍ୟରେ ବାଣ ପ୍ରଦର୍ଶନ ନିଷିଦ୍ଧ ଅଟେ ।

ସେହିପରି ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଦୋକାନ ରବିପାରିବ ନାହିଁ । କେବଳ ସ୍ୱୀକୃତିପ୍ରାପ୍ତ ଆବେଦନକାରୀ ବାଣ ବିକ୍ରି କରିପାରିବେ । ଅସ୍ଥାୟୀ ଦୋକାନରେ ବାଣ ବ୍ୟତୀତ ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ରଖାଯାଇ ପାରିବ ନାହିଁ । ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ବାଣ ଦୋକାନ ସାମ୍ନାପେ ଧୂମ୍ରପାନକୁ ନିଷେଧ କରାଯିବା ସହ ଗାଡ଼଼ି ପାର୍କିଂକୁ ମଧ୍ୟ ବାରଣ କରାଯାଇଛି । ପ୍ରତ୍ୟେକ ଦୋକାନରେ ଅଗ୍ନି ନିର୍ବାପକ ଯନ୍ତ୍ର, ଓଦା ବସ୍ତା ଏବଂ ୨୦୦ ଲିଟର୍ କ୍ଷମତା ବିଶିଷ୍ଟ ପାଣି ଡ୍ରମ୍ ଏବଂ ଶୁଖିଲା ବାଲିର ଏକ ବାଲ୍ଟି ରଖାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ସ୍ଥାୟୀ ବାଣ ଦୋକାନ ଗୁଡ଼ିକ ଇଟା, ପଥର, କଂକ୍ରିଟରେ ନିର୍ମିତ ହେବା ଉଚିତ୍ । ଦୋକାନ ମଧ୍ୟରେ ଅଧିକ ବ୍ୟକ୍ତି ପ୍ରବେଶକୁ ବାରଣ କରାଯାଇଛି । ବାଣ ଦୋକାନ ତଳ ମହଲାରେ ହେବା ଆବଶ୍ୟକ, ପ୍ରବେଶ ଏବଂ ପ୍ରସ୍ଥାନର ପୃଥକ୍ ଦ୍ୱାରା ରହିବା ଆବଶ୍ୟକ । ସେହିପରି ସିଡି, ଲିଫ୍ଟ ପାଖରେ ବାଣ ଗଚ୍ଛିତ କରି ରଖାଯିବା ଉଚିତ୍ ନୁହେଁ ।












Click it and Unblock the Notifications