କମର୍ଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର:ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି।

ପୂର୍ବରୁ ଏହା ୪୬ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୪ ଜାନୁଆରି ମାସ ଠାରୁ ଲାଗୁ ହେବ।ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ(ପିଏସୟୁ)ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦଶହରା ଅବସରରେ ଆଜି ପୂଜା ଭେଟି ଦେଇଛନ୍ତି ମୋହନ ମାଝୀଙ୍କ ସରକାର ।

govt hiked dearness allowance

ସେମାନଙ୍କର ମହଙ୍ଗା ଭତ୍ତା ପରିମାଣ ୪୬%ରୁ ୫୦%କୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତତକାଳୀନ ବିଜେଡି ସରକାର ମାର୍ଚ୍ଚ ୧୪ତାରିଖରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୪୬%ରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ।

ଆଜି ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରୀ ଉଦ୍ୟୋଗୀ କର୍ମଚାରୀମାନଙ୍କୁ ୨୦୧୭ ଦରମା ହାର ଆଧାରରେ ମହଙ୍ଗା ଭତ୍ତା ପରିମାଣକୁ ୪୬%ରୁ ୫୦%କୁ ବୃଦ୍ଧି କରାଗଲା । ଯାହାକି ୨୦୨୪ ଜାନୁୟାରୀ ୧ରୁ ପିଛିଲା ଭାବେ ଲାଗୁ ହେବ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ରାଜ୍ୟ ଉଦ୍ୟୋଗରେ କାର୍ଯ୍ୟରତ ଯୋଗ୍ୟ କର୍ମଚାରୀଙ୍କୁ ହିଁ ମିଳିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+