Get Updates
Get notified of breaking news, exclusive insights, and must-see stories!

ବିଏସକେୱାଇ ଯୋଜନାକୁ ନେଇ ରାଜ୍ୟପାଳଙ୍କ ଟୁଇଟ୍ , କହିଲେ....

ଭୁବନେଶ୍ୱର: ଚଳିତ ନିର୍ବାଚନରେ ପଟ ବଦଳିଛି ଓଡିଶାର ରାଜ୍ୟ ରାଜନୀତିରେ । ବିଜେଡି ହାତରୁ କ୍ଷମତା ଯିବା ପରେ ଗତକାଲି ବିଏସକେୱାଇ ବନ୍ଦ ହୋଇଯାଇଥିବା ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏମିତିକି କିଛି ଘରୋଇ ହସ୍ପିଟାଲ ରୋଗୀ ମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଦ୍ୱନ୍ଦ୍ୱ ଭିତରେ ରାଜ୍ୟପାଳ ରଘୁବର ଦାସ ଚିନ୍ତାପ୍ରକଟ କରିଛନ୍ତି । ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରିଛନ୍ତି ।

ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଏଥିପାଇଁ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ରହିଛି । ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

Governor Raghubar Das

ବିଏସକେୱାଇ ଯୋଜନା ଚାଲୁ ରହିଥିବା ସେ ସ୍ପଷ୍ଟ କରିଛନ୍ତି । ସମସ୍ତ ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା କରାଯାଉଛି । କୌଣସି ଡାକ୍ତରଖାନା ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା କରିପାରିବେ ନାହିଁ । ଚିକିତ୍ସାରେ ଅବହେଳା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖାଲି ସେତିକି ନୁହେଁ, ରୋଗୀଙ୍କୁ ହସ୍ପିଟାଲ ଡିସଚାର୍ଜ ବି କରିପାରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+