ସରକାରଙ୍କ ଫୋକସ୍‌ରେ ବିଦ୍ୟାଳୟ ଭିତ୍ତିଭୂମି: ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ୨୫୦ କୋଟି ଖର୍ଚ୍ଚ

ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରିବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ୧୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ୬୦ କୋଟି ଟଙ୍କା ମିଳିଛି। ଯାହାକି ୨୦୨୩-୨୪ ଆର୍ଥିକବର୍ଷ ତୁଳନାରେ ଅଧିକ।

୨୦୨୩-୨୪ରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ୯୬ କୋଟି ଓ ମାଧ୍ୟମିକ ବିଦ୍ୟାଳୟକୁ ୫୩ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି।

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ଲାଗୁ ସମ୍ପର୍କରେ ବିଧାୟକ ବିଜୟ କୁମାର ଦଳବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ୨୦୨୫-୨୬ ଶିକ୍ଷାବର୍ଷରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଶିକ୍ଷାନୀତି ଆଧାରରେ ଆବଶ୍ୟକୀୟ ଶିକ୍ଷକ, ଭିତ୍ତିଭୂମି, ପାଠ୍ୟସୂଚୀ, ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଉଛି ।

Government s focus

ବିଭିନ୍ନ କମିଟି ଓ ବିଶେଷଜ୍ଞମାନଙ୍କ ମତାମତ ଆଧାରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଉଛି। ସ୍ଥାନୀୟ ପ୍ରସଙ୍ଗୀକରଣ ସହ ଜାତୀୟ ପାଠ୍ୟକ୍ରମ ରୂପରେଖକୁ ରାଜ୍ୟ ପାଠ୍ୟକ୍ରମ ରୂପରେଖ ଭାବେ ଓଡ଼ିଶାରେ ଗ୍ରହଣ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଓ ନୂଆଦିଲ୍ଲୀର ଏନ୍‌ସିଇଆରଟି ସହଯୋଗରେ ଜାନୁଆରି ୨୧ରୁ ୨୩ ଯାଏଁ ଆୟୋଜିତ ତିନିଦିନିଆ ଜାତୀୟସ୍ତରୀୟ କର୍ମଶାଳାରେ ଶିକ୍ଷାବିତ୍‌, ଏସ୍‌ସିଇଆରଟିର ବରିଷ୍ଠ ଅଧ୍ୟାପକ, ଶିକ୍ଷାବିତ୍‌ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶାଳୟର ଅଧିକାରୀମାନେ ଭାଗନେଇଥିଲେ।

୨୭ ହଜାର ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ

ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ୨୭ ହଜାର ୪୨୮ ପଦବି ପୂରଣ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରୁ ୨୦୨୪-୨୫ ଶିକ୍ଷାବର୍ଷରେ ୧୮ହଜାର ୭୦୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟରେ ଉତ୍ତର ଆକର୍ଷଣୀୟ ଓ ଶିକ୍ଷଣୀୟ ଶ୍ରେଣୀଗୃହ ପରିବେଶ ସୃଷ୍ଟି କରିବାକୁ ଶିକ୍ଷା ଉପଯୋଗୀ ଶିକ୍ଷକ ସାମଗ୍ରୀ ଯୋଗାଇ ଦିଆଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀ ପରିବେଶକୁ 'ଶିଖିବା ଓ ଶିଖେଇବା' ଅନୁକୂଳ କରିବାକୁ ବିଭିନ୍ନ ଛପାଲେଖା ସାମଗ୍ରୀ ଯଥା ଭାଷା କୋଣ, ଗଣିତ କୋଣ, ଡିସ୍‌ପ୍ଲେ ବୋର୍ଡ, ଗ୍ରିନ୍‌ ବୋର୍ଡ, ପଠନ ଟେବୁଲ୍, ଦରି, ବ୍ୟାଗ୍‌ ଆଦି ବ୍ୟବସ୍ଥା ହୋଇଛି। ପ୍ରତି ସରକାରୀ ବିଦ୍ୟାଳୟକୁ ଏକ ଗଣିତ କଳିକା କିଟ୍‌ ପ୍ରଦାନ କରାଯାଇଛି। ୪ର୍ଥରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ, ଗଣିତ, ଇଂରାଜୀ ବିଷୟରେ ଅଭ୍ୟାସ ପୁସ୍ତିକା ଯୋଗାଇ ଦିଆଯାଇଛି। ଚିତ୍ର ପୋଷ୍ଟର, ବଡ଼ ବହି, ଗୀତ ପୋଷ୍ଟର ଓ ଗପ କାର୍ଡ ପରି ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ କିଟ୍‌ ବିଦ୍ୟାଳୟଗୁଡ଼ିକୁ ବଣ୍ଟନ ହୋଇଛି। ଏଥିସହ ଶିକ୍ଷଣ ସାମଗ୍ରୀ ମେଳା, ବିଜ୍ଞାନ ମେଳା, ଗଣିତ ମେଳା କରାଯାଇ ପିଲାଙ୍କ ଧିଶକ୍ତି ଉନ୍ନତି ପାଇଁ ବ୍ୟବସ୍ଥା ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+