ସରକାରଙ୍କ ବଡ଼ ଘୋଷଣା, ୨୯ ତାରିଖରେ ରାଜ୍ୟର ସବୁ କଲେଜ, ବିଶ୍ବବିଦ୍ୟାଳୟ ରହିବ ବନ୍ଦ
୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଥିଲା । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନୂଆଖାଇ ପର୍ବ ଉପଲକ୍ଷେ ୨୯ ତାରିଖ ଛୁଟି ରହିବ । ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍ କୋର୍ଟ ଛୁଟି ରହିବ । ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ୱିତୀୟ ଶନିବାର କାର୍ଯ୍ୟଦିବସ ଘୋଷଣା ହୋଇଛି । ଗଣପର୍ବ ନୂଆଖାଇ ପରଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୯ ତାରିଖରେ ରାଜ୍ୟର ସବୁ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ୨୮ ଅଗଷ୍ଟକୁ ନୂଆଖାଇ ପର୍ବ ପାଳନ କରାଯିବ ଏବଂ ୨୯ ଅଗଷ୍ଟକୁ ସରକାରୀ ଛୁଟି ରହିବ। ଏହି ଦିନରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟ୍ରାଟ୍ କୋର୍ଟ୍ ଏବଂ ବ୍ୟାଙ୍କ୍ ବନ୍ଦ୍ ରହିବ। ଛୁଟିର କାରଣରୁ ସନ୍ତୁଳନ ରଖିବାକୁ ୧୩ ସେପ୍ଟେମ୍ବର (ଦ୍ୱିତୀୟ ଶନିବାର) କାର୍ଯ୍ୟଦିବସ ଘୋଷଣା ହୋଇଛି।












Click it and Unblock the Notifications