ଏଣିକି ଆରଟିଓ କାମ ହେବ ସହଜ : ୫୪ଟି କ୍ୟାମ୍ପ ଅଫିସ ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତି
ଏଣିକି କାମ ହେବ ସହଜ । ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୫୪ଟି ସ୍ଥାନରେ କ୍ୟାମ୍ପ ଅଫିସ(ଆରଟିଓ) ଖୋଲିବାକୁ ଅନୁମତି ଦେଇଛନ୍ତି । ଆଉ ଯାହା ଦ୍ଵାର ସବୁ କାମ ଶୀଘ୍ର ହେବ । ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏହି ନୂଆ ୫୪ଟି କ୍ୟାମ୍ପ ଅଫିସ ଖୋଲିବାକୁ ସରକାର ଅନୁମତି ଦେବା ନେଇ ଅବଗତ କରାଯାଇଛି ।
ଡ୍ରାଇଭିଂ ଲାଇସେନ୍ସଠୁ ଆରମ୍ଭ କରି ଗାଡ଼ି କାଗଜପତ୍ର ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଏଣିକି ସହଜରେ କ୍ୟାମ୍ପ ଅଫିସରେ ଉପଲବ୍ଧ ହେବ ।
ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆରଟିଓ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଉ ୫୪ଟି ସ୍ଥାନରେ କ୍ୟାମ୍ପ ଅଫିସ(ଆରଟିଓ) ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଏହି କ୍ୟାମ୍ପ ଅଫିସଗୁଡ଼ିକ ଜିଲ୍ଲାରେ ଥିବା ଆରଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ । ସମ୍ପୃକ୍ତ ଆରଟିଓମାନେ ନିଜ ନିଜ ଅଂଚଳରେ ପ୍ରସ୍ତାବିତ କ୍ୟାମ୍ପ ଅଫିସରେ ବିଭିନ୍ନ ପରିବହନ ସେବା ଯୋଗାଇ ଦେବାକୁ ଉପସ୍ଥିତ ରହିବେ ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଓ ଆସିକା, କଳାହାଣ୍ଡିରେ ଧର୍ମଗଡ଼, ମୟୂରଭଞ୍ଜର ରାଇରଙ୍ଗପୁରରେ ଆରଟିଓ ଅଫିସ ଅଧୀନରେ କରଞ୍ଜିଆ, ବାରିପଦା ଆରଟିଓ ଅଧୀନରେ ବେତନଟୀରେ, ବଲାଙ୍ଗିରର କଂଟାବାଞ୍ଜି ଓ ଟିଟିଲାଗଡ଼ , ସମ୍ବଲପୁରର ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦୀପରେ କ୍ୟାମ୍ପ ଅଫିସ୍ ଖୋଲିବ ।

ସେହିପରି କଟକ ଆରଟିଓ ଅଧୀନରେ ଆଠଗଡ଼ ଓ ନିଆଳି, କେନ୍ଦ୍ରାପଡ଼ା ଆରଟିଓ ଅଧୀନରେ ପଟ୍ଟାମୁଣ୍ଡାଇ, ଭଦ୍ରକ ଆରଟିଓ ଅଧୀନରେ ଚାନ୍ଦବାଲି ଓ ଧାମରା, ଯାଜପୁରର ଚଣ୍ଡିଖୋଲ ଆରଟିଓ ଅଧୀନରେ କଳିଙ୍ଗନଗର ଓ କାଳିଆପାଣ, ବାଲେଶ୍ୱର ଆରଟିଓ ଅଧୀନରେ ଜଳେଶ୍ୱର ଓ ନୀଳଗିରି, କେନ୍ଦୁଝର ଆରଟିଓ ଅଧୀନରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ ଆରଟିଓ ଅଧୀନରେ ହେମଗିରି, ରାଉରକେଲା ଆରଟିଓ ଅଧୀନରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳ ଆରଟିଓ ଅଧୀନରେ ଆଠମଲ୍ଲିକ, ତାଳଚେର ଆରଟିଓ ଅଧୀନରେ ପାଲଲହଡ଼ା ଓ ଏନଟିପିସି କଣିହା, ଢେଙ୍କାନାଳ ଆରଟିଓ ଅଧୀନରେ କାମାକ୍ଷାନଗରରେ କ୍ୟାମ୍ପ ଖୋଲିବ ।
ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର-୧ ଆରଟିଓ ଅଧୀନରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ ଆରଟିଓ ଅଧୀନରେ ଦଶପଲ୍ଲା ଓ ଓଡ଼ଗାଁ, ପୁରୀ ଆରଟିଓ ଅଧୀନରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ା ଆରଟିଓ ଅଧୀନରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟ ଆରଟିଓ ଅଧୀନରେ ଜୟପୁର ଓ ସେମିଳିଗୁଡ଼ା, ଗଜପତି ଆରଟିଓ ଅଧୀନରେ ମୋହନା, ମାଲକାନଗିରି ଆରଟିଓ ଅଧୀନରେ ମୋଟୁ ଓ ଚିତ୍ରକୋଣ୍ଡା, ବରଗଡ଼ ଆରଟିଓରେ ପଦ୍ମପୁର, ଫୁଲବାଣୀ ଆରଟିଓ ଅଧୀନରେ ବାଲିଗୁଡ଼ା ଓ ଜି ଉଦୟଗିରି, ନବରଙ୍ଗପୁର ଆରଟିଓ ଅଧୀନରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧ ଆରଟିଓ ଅଧୀନରେ କଂଟାମାଳ ଓ ଚାରିଛକରେ କ୍ୟାମ୍ପ ଖୋଲିବ ।
ସୋନପୁର ଆରଟିଓ ଅଧୀନରେ ଡୁଙ୍ଗୁରିପାଲି, ଝାରସୁଗୁଡ଼ା ଆରଟିଓ ଅଧୀନରେ ଲଖନପୁର ଓ ବ୍ରଜରାଜନଗର ଏବଂ ଦେବଗଡ଼ ଆରଟିଓ ଅଧୀନରେ ରିଆମାଳଠାରେ କ୍ୟାମ୍ପ ଅଫିସ୍ ସ୍ଥାପନ ହେବ । କେବଳ ନୂଆପଡ଼ା ଜିଲ୍ଲା(ଆରଟିଓ)କୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଏହି ନୂଆ କ୍ୟାମ୍ପ ଅଫିସ୍ ଖୋଲିବ ବୋଲି ପରିବହନ ବିଭାଗ ପକ୍ଷରୁ ଜଣାପଡ଼ିଛି ।
ଏସବୁ କ୍ୟାମ୍ପ ଅଫିସ୍ ସେହି ଜିଲ୍ଲାରେ ଥିବା ଆରଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ ଓ ଆରଟିଓ ଅଫିସରେ ଭିଡ଼ ହ୍ରାସ କରାଇବ ବୋଲି ଜଣାପଡ଼ିଛି । ରାଜ୍ୟ ପରିବହନ କମିଶନର ଗତ ଅଗଷ୍ଟ ୨୩ତାରିଖରେ ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ଆଧାର କରି ରାଜ୍ୟ ସରକାର ଏହି ଅନୁମତି ଦେଇଛନ୍ତିି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications