ସରକାରକୁ ବର୍ଷେ : ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ତାରିଖରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକଙ୍କୁ ଘର ଭେଟି ଦେବେ। ୭୬ଟି ସହରାଞ୍ଚଳର ୫୩୨୮ଜଣଙ୍କୁ ଘର ବଣ୍ଟା ହେବ। ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଘର କାର୍ଯ୍ୟାଦେଶ ବାଣ୍ଟିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର, ମ୍ୟୁନିସପାଲଟି ଓ ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୫ଟି କିସ୍ତିରେ ମିଳିବ ୨.୫୦ଲକ୍ଷ ଟଙ୍କା

ମାର୍ଚ୍ଚ ୨୦ରେ ବସିଥିବା ପ୍ରଥମ କେନ୍ଦ୍ରୀୟ ଓ ତଦାରଖ କମିଟିର ‌ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସହରାଞ୍ଚଳର ଗରିବ ଲୋକମାନେ ଯେପରି ନିଜ ପାଇଁ ଘର ନିର୍ମାଣ କରିପାରିବେ ସେଥିପାଇଁ ଏହି ସହାୟତା ପ୍ରଦାନ କରାଯିବ। ୫ଟି କିସ୍ତିରେ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ନିୟମ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାର ୧.୫୦ଲକ୍ଷ ଏବଂ ରାଜ୍ୟ ୧ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ପୂର୍ବରୁ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ ଶେଷ କରି କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଏହାପରେ ଦ୍ବିତୀୟ କିସ୍ତିରେ (ମୂଳଦୁଆ ପଡ଼ିବା ପରେ) ୫୦ହଜାର ଟଙ୍କା, ତୃତୀୟ କିସ୍ତିରେ (ଲିଂଟେଲ୍ ଢଳେଇ ପଡ଼ିବା ପରେ) ୭୦ହଜାର, ଚତୁର୍ଥ କିସ୍ତିରେ (ଛାତ ଢଳେଇ ପଡ଼ିବା ପରେ) ୭୦ହଜାର ଟଙ୍କା, ପଞ୍ଚମ କିସ୍ତିରେ (ଘର ନିର୍ମାଣ ଶେଷ ହୋଇ ଫଳକ ଲାଗିବା ପରେ) ୫୦ହଜାର ଟଙ୍କା ପ୍ରଦାନ କରାଯିବ।

Government to provide 5328 houses to the urban poor in 76 districts

ସମସ୍ତ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ। କାର୍ଯ୍ୟାଦେଶ ପାଇବାର ୧୨ରୁ ୧୮ମାସରେ ହିତାଧିକାରୀ ଯେପରି ଘର ନିର୍ମାଣ ଶେଷ କରିବେ ତାହା ସ୍ଥାନୀୟ ଅଧିକାରୀ ତଦାରଖ କରିବେ। ଯଦି ଧାର୍ଯ୍ୟ ସମୟରେ ଘର ଶେଷ ନହେବ ତେବେ କାର୍ଯ୍ୟାଦେଶ ରଦ୍ଦ କରି ଆବଣ୍ଟନ ହୋଇଥିବା ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବେ। ଯଦି ୪ମାସରେ ହିତାଧିକାରୀ ଘର ନିର୍ମାଣ ଶେଷ କରିବେ ତେବେ ପ୍ରୋତ୍ସାହନ ରାଶି ବାବଦରେ ୨୦ହଜାର ଏବଂ ୬ମାସରେ ଘର ଶେଷ ହେଲେ ୧୦ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+