ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର
ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର। ନୂଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ଶାଣିତ, ଆଉ ବ୍ୟବସ୍ଥାକୁ ସରଳ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଜବରଦଖଲ ଉଛେଦ ଆଇନ କଡାକଡି କରାଯିବ । ଲିଜ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁର୍ବ୍ୟବହାର ହେବନି । ସବୁ ଜମି ଲୋକଙ୍କ କାମରେ ଲାଗିବ ତାହା ହିଁ ପ୍ରାଥମିକତା ରହିବ। ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ପ୍ରାବଧାନ କଡା ରହିବ । ଏହି ଡ୍ରାଫ୍ଟ ପଲିସିକୁ ରାଜସ୍ବ ବିଭାଗ ୱେବସାଇଟରେ ଉପସ୍ଥାପିତ ହେବ । ସାଧରଣ ଲୋକଙ୍କ ସହ ସବୁ ବର୍ଗର ଲୋକ ଏହାକୁ ନେଇ ମତାମତ ରଖି ପାରିବେ । ଡ୍ରାଫ୍ଟ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ ।













Click it and Unblock the Notifications