ଆକ୍ସନ ନେଲେ ସରକାର ; ଏବେ ମୋ ବସରେ ଲାଗିବ କ୍ୟାମେରା

ମୋ ବସ୍ ଦୁର୍ଘଟଣାକୁ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବସ୍‌ର ଆଗରେ ପଛରେ ଲାଗିବ କ୍ୟାମେରା । ଏଭଳି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର । ଦୁର୍ଘଟଣା ବେଳେ କ୍ୟାମେରାର ଫିଡ଼୍‌କୁ ଯାଞ୍ଚ କରାଯିବ କାହାର ଭୁଲ ଅଛି । ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

mo bus

କିଭଳି ଡ୍ରାଇଭର ମାନେ ମଦ ପିଇ ବସ୍ ଚଳେଇବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଡ୍ରାଇଭରଙ୍କୁ ଦିନକୁ ୩ ରାଉଣ୍ଡ ଚେକ୍ କରଯାଉଛି । ବସ୍‌କୁ ଛାଡିବା ବେଳେ, ବସ୍ ଚଳାଇବା ସମୟରେ ଏବଂ ବସ୍‌ରୁ ଓହ୍ଲାଇବା ସମୟରେ ଚେକ୍ କରାଯାଉଛି । ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେମାନଙ୍କୁ ସିଧା ବହିଷ୍କାର କରାଯାଉଛି । ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୭ ଡ୍ରାଇଭରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୮ ମାସରେ ୬ ମୁଣ୍ଡ ନେଲାଣି ମୋ ବସ୍ । ଜୁନ୍ ୨୦୨୪ ଠାରୁ ଏଯାଏଁ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଦ୍ୱାରା ୧୯ଟି ଦୁର୍ଘଟଣା ହୋଇଛି । ଏଥିରେ ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ଏହି ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+