ସରକାର ଆରମ୍ଭ କଲେ 'ଗୃହ ଆବଣ୍ଟନ ପ୍ରାଣାଳୀ ଆପ୍'

ସରକାର ଆରମ୍ଭ କଲେ 'ଗୃହ ଆବଣ୍ଟନ ପ୍ରାଣାଳୀ ଆପ୍' ,ଏଣିକି ଘରୋଇରେ ୧୦% ଓ ସରକାରୀ ପ୍ରକଳ୍ପରେ ୨୦% ବାଧ୍ୟତାମୂଳକ

ଭୁବନେଶ୍ୱର: ସରକାର ଆରମ୍ଭ କଲେ 'ଗୃହ ଆବଣ୍ଟନ ପ୍ରାଣାଳୀ ଆପ୍' । ସ୍ୱଚ୍ଛତା ସିହତ ଘର ଯୋଗାଇଦେବା ଉପରେ ଦିଆ ଯାଇଛି ଗୁରୁତ୍ୱ । ଓଡ଼ିଶା ହାଉସିଂ ମିଶନ୍ ଦ୍ୱାରା ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଯାହାକୁ ଚଳିତ ସପ୍ତାହ ବୁଧବାର ଦିନ ବିଡିଏ କାର୍ଯ୍ୟାଳୟରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଉଦଘାଟନ କରିବା ସହ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମି ଦିନରେ ଏହି ଆପ୍ ଜରିଆରେ ସ୍ୱସ୍ଥତା ଓ ସହଜରେ ଅର୍ଥନୈତିକ ଅନଗ୍ରସର ଲୋକେ ଘର ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଫଳ ଲକ୍ଷ୍ୟ ହାସଲ କରିବ ।

ODISHA

ଏଣିକି ଘରୋଇରେ ୧୦% ଓ ସରକାରୀ ପ୍ରକଳ୍ପରେ ୨୦% ବାଧ୍ୟତାମୂଳକ
ରାଜଧାନୀ ଭୁବନେଶ୍ୱରରେ ଅନେକ ଘରୋଇ ସଂସ୍ଥା ଆପାର୍ଟମେଣ୍ଟ ନିର୍ମାଣ କରୁଛି । ଯାହା ଦ୍ୱାରା ଭଲ ଆୟ ମଧ୍ୟ କରୁଛି ସଂସ୍ଥା ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଅଙ୍କୁଶ ରହୁ ନଥିଲା । ହେଲେ ଏଣିକି ପ୍ରତି ପ୍ରକ୍ପରେ ୧୦% ଘର ଇଡବ୍ଲ୍ୟୁଏସଙ୍କ ପାଇଁ ସଂରକ୍ଷିତ ରଖିବାକୁ ମଧ୍ୟତାମୂଳକ କରାଯାଇଛି । ସେହିପରି ସରକାରୀ ସଂସ୍ଥାଗୁଡିକ ମଧ୍ୟ ନିଜ ପ୍ରକଳ୍ପର ୨୦% ଘର ରଖିବା ମଧ୍ୟତାମୂଳକ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନିୟମ ଲାଗୁ କରାଯାଇଛି ।

odisha

କିପରି ପାଇବେ ଘର
ଇଡବ୍ଲ୍ୟୁଏସ୍ ଶ୍ରେଣୀର ଲୋକ ମାନେ 'ଗୃହ ଆବଣ୍ଟନ ପ୍ରାଣାଳୀ' ଆପ ମାଧ୍ୟମରେ ଘର ପାଇଁ ଆବେଦନ କରିପାରିବେ । ଯଦି ଘର ସଂଖ୍ୟାକୁଠୁ ଆବେଦନକାରୀଙ୍କ ସଂଖ୍ୟା ଅଧିକ ହୋଇଥାଏ ତେବେ ଆବେଦନକାରୀଙ୍କ ମଧ୍ୟରେ ଲଟେରୀ ସିଷ୍ଟମର ବ୍ୟବସ୍ଥା କରାଯିବ । ଏହା ଦ୍ୱାରା ଯିଏ ପ୍ରଥମେ ଘର ପାଇବ ତାଙ୍କୁ ହିଁ ଘର ଆବଣ୍ଟନ କରାଯିବ । ତେବେ ଏହି ସମସ୍ତ ବ୍ୟବସ୍ଥାରେ ସ୍ୱସ୍ଥତା ରକ୍ଷା କରିବା ପାଇଁ ହିଁ ଏହି ଆପ୍ ପ୍ରସ୍ତୁତ କରଯାଇଛି । ଏହା ଜରିଆରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି ।

odisha .news

ଚଳିତ ବର୍ଷ ଶେଷ ସୁଦ୍ଧା ୧୫୦୦ଘର ସଂରକ୍ଷିତ ରହିବ
ଭୁବନେଶ୍ୱରରେ ବର୍ତ୍ତମାନ ଅନେକ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି । ୨୦୨୧-୨୨ ଶେଷ ସୁଦ୍ଧା ପ୍ରାୟ ୧୫୦୦ ଘର ଇଡବ୍ଲୁଏସ ଶ୍ରେଣୀ ଲୋକଙ୍କ ପାଇଁ ସଂରକ୍ଷିତ ରଖାଯିବ ।

ତେବେ ଏହି କାର୍ଯ୍ୟକ୍ରମ ଶେଷରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଏହି ପସକ୍ଷପ ପାଇଁ ସମସ୍ତଙ୍କୁ ଶୁଭଚ୍ଛା ଜଣାଇବା ସହ ଇଡବ୍ଲ୍ୟୁଏସ ବର୍ଗର ଲେକେ ଏହାର ଫାଇଦା ନେବା ପାଇଁ କହିଛନ୍ତି । ସେହିପରି ଓଡ଼ିଶା ସହରୀ ହାଇସିଂ ମିଶନ ନିର୍ଦ୍ଦେଶକ ଦେବାଶିଷ ସିଂ ଅତିଥିଙ୍କୁ ସ୍ୱାଗତ କରିବା ସହ ଏହି ଆପର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+