ସ୍କୁଲରେ ସିସିଟିଭ୍ ଲାଗିବା ସହ ମିଳିବ ଇଣ୍ଟରନେଟ ସେବା

Government Schools Would Get High-Speed Internet ..The school will also offercoding instruction to Students. Introducing Coding To Kids Will Empower And Make Them Creative Developers Of Technology.ସ୍କୁଲରେ ସିସିଟିଭ୍ ଲାଗିବା

ଭୁବନେଶ୍ୱର: ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା ପାଇଁ 'ମୋ ସ୍କୁଲ ଅଭିଯାନ'ଓଡ଼ିଶା ବିଜ୍ଞାନ ଏକାଡେମୀ ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ସହଯୋଗରେ ମୋବାଇଲ୍ ସାଇନ୍ସ ଏକଜିବିସନ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଏଣିକି ରାଜ୍ୟକ ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍ ସେବା ପାଇପାରିବେ ଛାତ୍ରଛାତ୍ରୀ ।ସେହିପରି ଗଣିତ ପ୍ରତି ପିଲାମାନଙ୍କ ଆଗ୍ରହ ଓ ଜ୍ଞାନ ବଢାଇବା ପାଇଁ ମୋ ସ୍କୁଲ୍ ,ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥେମେଟିକ୍ସ ଆଣ୍ତ ଆପ୍ଲିକେସନ୍ସ ସହ ହାତ ମିଳାଇଛି । ପ୍ରାଥମିକ ବିଦ୍ୟାଳୟରେ ମ୍ୟାଥମେଟିକ୍ସ ମେଳାର ଆୟୋଜନ କରାଯିବ । 'ମୋ ସ୍କୁଲ୍ ଅଭିଯାନ ବୈଠକରେ' ଏହି ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ ରାଜ୍ୟର ସରକାରୀ ବିଦ୍ୟାଳୟର ଭିତ୍ତିଭୂନି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

MO SCHOOL

ବୈଠକରେ ଓଡିଶାର ୨୬ଟି ଜିଲ୍ଲାର ମୋଟ୍ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପର ଅନୁମୋଦନ ମିଳିଛି । ତେବେ ଗତ ଏକ ମାସ ମଧ୍ୟରେ ୧୦,୬୭୨ ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ଯୋଡିହେବା ସହ ସ୍କୁଲର ବିକାଶ ପାଇଁ ୫ କୋଟି ୬ଲକ୍ଷ ଟଙ୍କାର ସାହର୍ଯ୍ୟ କରିଛନ୍ତି । ସେହିପରି ବିଭିନ୍ନ ସିଏସଆର୍ ପାଣ୍ଠିରୁ ମୋ ସ୍କୁଲ ଅଭିଯାନକୁ ୩୮ କୋଟି ୮୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ତେବେ ପୁରାତନ ଛାତ୍ରଛାତ୍ରୀ ଓ ସିଏସଆରର ସହାୟତାକୁ ମିଶାଇ ମୋଟ୍ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁନୋଦନ ପ୍ରଦାନ କରାଯାଇଛି । ଯାହା ରାଜ୍ୟର ୧୫୫୭ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ
ବିନିଯୋଗ ହେବ ।

ବିଦ୍ୟାଳୟରେ ଇଣ୍ଟନେଟ୍ ସେହା ସହ ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷାଦାନ ମଧ୍ୟ ଦିଆଯିବ । ୧୦୭୬ ବିଦ୍ୟାଳୟରେ କୋଡିଂ କ୍ଲବ କାର୍ଯ୍ୟକ୍ରମ ଆରମ୍ଭ ହେବ । ସେହିପରି ୩୦ ଜିଲ୍ଲାର ୬୧୩ ଜଣ ଶିକ୍ଷକ ,ଶିକ୍ଷୟିତ୍ରୀଙ୍କୁ କୋଡିଂ ପ୍ରଶିକ୍ଷଣ ଦିଆଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ସିସିଟିଭି ଲାଗିବା ସହ ସୁରକ୍ଷା କର୍ମୀ ନିୟୋଜନ କରାଯିବ । ବର୍ଜପାତରୁ ସୁରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର ଓ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+