ରାଜ୍ୟ ସରକାର କଲେ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ , ବଦଳି ହେଲେ ୩୬ ଅଧିକାରୀ

ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସ୍ୱତନ୍ତ୍ର ସଚିବ ମଧୁମିତା ରଥଙ୍କୁ ନିଜ ଦାୟିତ୍ବ ବ୍ୟତୀତ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅନାମ ଚରଣ ପାତ୍ରଙ୍କୁ ସିଏମସିର କମିସନର ଭାବେ ଅବସ୍ଥାପିତ କରାଯାଇଛି। ପ୍ରଦୀପ କୁମାର ରାଉତଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟରର ସିଇଓ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି।

ସେହିପରି ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଯଦୁମଣି ମହାଲାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ରତ୍ନାକର ସାହୁଙ୍କୁ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ, ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଓ ଅଶୋକ କୁମାର ଗଡ଼ତିଆଙ୍କୁ କଟକ ଅବକାରୀ ବିଭାଗର ଅତିରିକ୍ତ କମିସନର ଭାବେ ବଦଳି କରାଯାଇଛି। ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଦରିଦ୍ରଭଞ୍ଜନ ଏମ୍.ଏମ୍. ପାତ୍ରଙ୍କୁ ବାଲେଶ୍ୱର-ମୟୂରଭଞ୍ଜ ମେଜର ସେଟଲମେଣ୍ଟ ଅଫିସର,

ଦୀପ୍ତି ରଞ୍ଜନ ବେହେରାଙ୍କୁ ଯୁଗ୍ମ ସଚିବ, ନିରଞ୍ଜନ ବେହେରାଙ୍କୁ ଜଗତସିଂହପୁର ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦର ସିଡିଓ-କମ-ଇଓ, ସରୋଜ କୁମାର ବେହେରାଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

Government of Odisha effects OAS reshuffle

ସରୋଜ କୁମାର ଦାଶଙ୍କୁ ଏଚ୍ ଓୟୁଡି ବିଭାଗର ଯୁଗ୍ମ ସଚିବ ସହ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିର ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି। ବସନ୍ତ କୁମାର ସେଠୀଙ୍କୁ ବଦଳି କରାଯାଇ କଟକ ରାଜସ୍ୱ ବୋର୍ଡର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସୁରଂଜନ କୁମାର ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଭାବେ ଅବସ୍ଥାପିତ କରାଯାଇଛି।

ଜ୍ୟୋତି ଶଙ୍କର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦର ସିଡିଓ-କମ-ଇଓ, ଶମ୍ଭୁନାଥ ନନ୍ଦୀଙ୍କୁ କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ-ଇଓ, ମୌସୁମୀ ନାୟକଙ୍କୁ ଜିଏମ୍ (ପ୍ରୋକ୍ୟୁରମେଣ୍ଟ), ସୁକାନ୍ତ ମାଝୀଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଓ ଲଳିତ ସୋରେଙ୍ଗଙ୍କୁ ଝାରସୁଗୁଡ଼ା ପିଡି ଭାବେ ଅବସ୍ଥାପିତ କରାଯାଇଛି।

ସପନ କୁମାର ନନ୍ଦଙ୍କୁ ବଦଳି କରାଯାଇ ଯାଜପୁର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସଞ୍ଜୟ କୁମାର ରାଉତଙ୍କୁ ଓଡ଼ିଶା ରାଜ୍ୟ ପାନୀୟ ନିଗମର ମହାପ୍ରବନ୍ଧକ, ଶୁଭଶ୍ରୀ ରଥଙ୍କୁ ବାଲେଶ୍ୱର ନୀଳଗିରି ଉପଜିଲ୍ଲାପାଳ, ମନୋଜ କୁମାର ତ୍ରିପାଠୀଙ୍କୁ ପାରଳାଖେମୁଣ୍ଡି ପିଏ ଆଇଟିଡିଏ, ଆଲୋକ କୁମାର ପଟେଲଙ୍କୁ ବଲାଙ୍ଗୀର ଉପଜିଲ୍ଲାପାଳ,

ଦଲ୍ଲୀପ କୁମାର ବେହେରାଙ୍କୁ ଅନୁଗୁଳ ଆଠମଲ୍ଲିକ ଉପଜିଲ୍ଲାପାଳ, ପ୍ରଶାନ୍ତ କୁମାର ତରାଇଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ପ୍ରଭାତ କୁମାର ପରିଡ଼ାଙ୍କୁ କଳାହାଣ୍ଡି ଭବାନୀପାଟଣା ଉପଜିଲ୍ଲାପାଳ, ପ୍ରସନ୍ନ କୁମାର ପାଣ୍ଡେଙ୍କୁ ବରଗଡ଼ ଉପଜିଲ୍ଲାପାଳ, ପ୍ରଭାତ କୁମାର ପରିଡ଼ାଙ୍କୁ କଳାହାଣ୍ଡି ଭବାନୀପାଟଣା ଉପଜିଲ୍ଲାପାଳ,

ପ୍ରସନ୍ନ କୁମାର ପାଣ୍ଡେଙ୍କୁ ବରଗଡ଼ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ବିବୁଧା ଗଡ଼ନାୟକଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ, ଗୌରବମୟ ପ୍ରଧାନଙ୍କୁ ବ୍ରହ୍ମପୁର କୁଚିଣ୍ଡା ଉପଜିଲ୍ଲାପାଳ ଓ ପ୍ରଣୟ ରଞ୍ଜନ ବେହେରାଙ୍କୁ କେନ୍ଦୁଝର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+