ତୃତୀୟ ଲହରର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି କରିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି କରିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସରକାର ପ୍ରସ୍ତୁତିକୁ ଜୋରଦାର କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।

ନିୟମ ମାନନ୍ତୁ ତାହେଲେ ଆମେ କରୋନାକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆମେ ବର୍ତ୍ତମାନ ଦ୍ଵିତୀୟ ଲହରରେ ଅଛେ , ସଂକ୍ରମଣ ଏବେ ବି ରହିଛି । ଯେଉଁ ଅଞ୍ଚଳରେ ଅଧିକ ଲୋକ ରହୁଛନ୍ତି, ସେଠି ସଂକ୍ରମଣ ରହୁଛି । ଅନ୍ୟ ରାଜ୍ୟ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଲାଣି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ ,ସାବଧାନ ରହିବାକୁ ପଡ଼ିବ । ଗାଇଡଲାଇନ ମାନିଲେ, କରୋନାକୁ ନିୟନ୍ତ୍ରଣ କରାଯାଇପାରିବ । ତୃତୀୟ ଲହର ଆସୁ ବା ନ ଆସୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ କହିଛନ୍ତି. ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି । ଆବଶ୍ୟକୀୟ ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ସେଥିପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଉଛି। ଉପରୁ ତଳସ୍ତର ଯାଏ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।












Click it and Unblock the Notifications