ଆକ୍ସନ ମୁଡ଼ରେ ସରକାର, ସମ୍ପତ୍ତି ତାଲିକା ନଦେଲେ ବାବୁଙ୍କର ହେବନାହିଁ ପ୍ରମୋଶନ୍
ସମ୍ପତ୍ତି ତାଲିକା ନଦେଲେ ବାବୁଙ୍କର ହେବନି ପ୍ରୋମୋସନ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା କଡ଼ା ଚିଠି । ଏନେଇ ସବୁ ବିଭାଗକୁ ଚିଠି ଲେଖିଲେ ସରକାର । ଜାନୁଆରି ୨୦୧୫ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ପୂର୍ବରୁ ବହୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମ୍ପତ୍ତି ତାଲିକା ଦେବାକୁ ଚିଠି ଲେଖାଯାଇଥିଲା । ହେଲେ ଅନେକ ବାବୁ ଏଯାଏଁ ଦେଇନାହାନ୍ତି ସମ୍ପତ୍ତି ତାଲିକା। ତେଣୁ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ସରକାର ।












Click it and Unblock the Notifications