ଦୀପାବଳି ପାଇଁ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ , ଏମାନେ ଫୁଟାଇପାରିବେନି ବାଣ

ଭୁବନେଶ୍ୱର : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେତେ ସମୟରୁ କେତେ ସମୟ ପର୍ଯ୍ୟନ୍ତ ଏବଂ କେଉଁ ବୟସର ଛୋଟ ପିଲାମାନେ ବାଣ ଫୁଟାଇ ପାରିବେ ସେନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜାରି ହୋଇଥିବା ସୂଚନା ଅନୁଯାୟୀ ଦୀପାବଳିରେ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇ ପାରିବେ। ଯାହା ଉଚ୍ଚତମ ନ୍ୟାୟାଳୟର ଆଦେଶ ଅନୁପାଳନ ପୂର୍ବକ କରିବାକୁ ପଡିବ। ସେହିପରି ଉଚ୍ଚ ଶଦ୍ଦ ସୃଷ୍ଟି କରୁଥିବା (୧୨୫ ଡେସିବେଲ୍) ଊର୍ଦ୍ଧ୍ବ) ବାଣ ପ୍ରସ୍ତୁତି, ବିକ୍ରି ତଥା ବ୍ୟବହାର ବେଆଇନ ଅଟେ।

fire cracker for diwali

ଏପରିକି ବଗିଚା, ପାର୍କ, ଡାକ୍ତରଖାନା, ଧାର୍ମିକ ସ୍ଥଳ ଇତ୍ୟାଦି ଅଞ୍ଚଳର ୧୦୦ ମିଟର ପରିସର ମଧ୍ଯରେ ବାଣ ଫୁଟାଇବା ବେଆଇନ ଅଟେ। ଏଥିସହିତ ୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ମଧ୍ୟ ନିଷେଧ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+