ରାଜ୍ୟ ସରକାରଙ୍କ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ଛୁଟି ଘୋଷଣା କରାଯାଇଛି । ପଦ୍ମପୁର ଉପନିର୍ବାଚନରେ ଭୋଟ ଦେବା ନ
ରାଜ୍ୟ ସରକାରଙ୍କ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ଛୁଟି ଘୋଷଣା କରାଯାଇଛି । ପଦ୍ମପୁର ଉପନିର୍ବାଚନରେ ଭୋଟ ଦେବା ନିମନ୍ତେ କର୍ମଚାରୀମାନଙ୍କୁ ଛୁଟି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ଘୋଷଣା ମୁତାବକ, ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ ଓ କୋର୍ଟ ଭୋଟ ଦିନ ବନ୍ଦ ରହିବ। ଭାରତୀୟ ନିର୍ବାଚନ ଆୟୁକ୍ତ ଏବଂ ଓଡ଼ିଶା ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଉଭୟ ଘରୋଇ ଓ ସରକାରୀ କର୍ମଚାରୀଙ୍କୁ ସବୈତନିକ ଛୁଟି ମଞ୍ଜୁର କରାଯାଇଛି । ତେଣୁ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଭୋଟ ଗ୍ରହଣ ଦିନ ଛୁଟି ଦିଆଯିବ । ସେମାନଙ୍କୁ ଛୁଟି ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।
ଉଲ୍ଲେଖଥାଉ କି, ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ଭୋଟ୍ । ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ଉପନିର୍ବାଚନ ପାଇଁ ପଦ୍ମପୁର ମୈଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି । ତେବେ ବର୍ତ୍ତମାନ ସମସ୍ତ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବାବେଳେ, ତିନି ପ୍ରମୁଖ ରାଜନୈତିକ ଦଳ ଘରକୁ ଘର ବୁଲି ପ୍ରଚାର କାମ ଜାରି ରଖିଛନ୍ତି ।
ତେବେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର । ତେବେ ମୋଟ ଭୋଟରଙ୍କ ଭିତରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ଭୋଟର ପୁରୁଷ ହୋଇଥିବାବେଳେ, ୧ ଲକ୍ଷ ୨୭ ହଜାର ୯୬୫ ଜଣ ମହିଳା ଭୋଟର ରହିଛନ୍ତି । ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ, ଏହି ସବୁ ବୁଥରେ ଅଢେଇ ଲକ୍ଷରୁ ଅଧିକ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀଙ୍କ ସୂଚନା ଅନୁସାରେ ପଦ୍ମପୁରରେ ୮୦ ବର୍ଷରୁ ଅଧିକ ମୋଟ ୪୩୯୩ ଜଣ ଭୋଟର ଏବଂ ୨୫୫୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ତା ସହିତ ୨୮୪ ଜଣ ଭୋଟର ପୋଷ୍ଟାଲ ବାଲାଟ୍ ସାହାଯ୍ୟରେ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ପଦ୍ମପୁର ଉପ ନିର୍ବାଚନ ପାଇଁ ୧୧ଟି ପୋଲିଂ ପାର୍ଟି କାମ କରିବେ । ଯେଉଁଥିରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜରଭର, ଜଣେ ଭିଡିଓଗ୍ରାଫର୍ ଏବଂ ଜଣେ ସୁରକ୍ଷା କର୍ମୀ ରହିବେ । ଚଳିତଥର ପଦ୍ମପୁର ଉପ ନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ଭିତରେ ଅଢେଇ ଲକ୍ଷରୁ ଅଧିକ ଭୋଟର ପଦ୍ମପୁରର ନୂଆ ବିଧାୟକ ବାଛିବେ ।
ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଛି । ୭୪ଟି ବୁଥ ମାଓପ୍ରଭାବିତ ଅଞ୍ଚଳରେ ରହିଛି। ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ।












Click it and Unblock the Notifications