ମହିଳାଙ୍କୁ ବଡ ଉପହାର ଦେଲେ ସରକାର ! ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବଜେଟରେ ଘୋଷଣା
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଏହି ବଜେଟରେ ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ ସୁଭଦ୍ରା ଯୋଜନା ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି ।

ଏହାସହ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା ହୋଇଛି । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ । ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ । ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।












Click it and Unblock the Notifications