PUCC ଅବଧି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର
PUCC ଯାଞ୍ଚ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ଯାଏଁ ବଢ଼ିଛି PUCC ଅବଧି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ପୂର୍ବରୁ ଜାନୁଆରୀରୁ ଫେବୃଆରୀ ଯାଏଁ ବଢ଼ିଥିଲା। ଏବେ ଆଉ ମାସେ ବଢ଼ିଲା PUCC ଯାଞ୍ଚ ଅବଧି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅନିୟମିତତା ଅଭିଯୋଗରେ ୪୨ ପଲ୍ୟୁସନ ସେଣ୍ଟରକୁ ସିଲ୍ କରାଯାଇଛି।

PUCCକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ବିରୋଧୀ। ପ୍ରଦୂଷଣ ନାଁରେ ଲୋକଙ୍କୁ ଠିଆ କରିବା, ସବୁଜ ଟୋକନ ନେଇ ପ୍ରଶ୍ନ କରିଥିଲା ବିଜେଡି। ଆଗରୁ ପ୍ରସ୍ତୁତି ନକରି ପୁରୁଣା ଗାଡି ଆଗରେ ଠିଆ ହୋଇ ସାର୍ଟିଫିକେଟ ନେବେ। ଜାଲି ସେଣ୍ଟର ଓ ଟୋକନରୁ ମୁକ୍ତି ଦିଅନ୍ତୁ। ଦୟା କଲା ପରି ମାସେ ନକରି ୬ ମାସ ସମୟ ଦିଅନ୍ତୁ ସରକାର। PUCC ନାଁରେ ଅରାଜକତା ଯୋଗୁଁ ଟଙ୍କା ଆଦାୟ ହେଉଛି। ଲୋକେ ଏହାକୁ ଗ୍ରହଣ କରୁନାହାନ୍ତି ବୋଲି ସେ କହିଛନ୍ତି।












Click it and Unblock the Notifications