ସାମ୍ବାଦିକଙ୍କ ପାଇଁ ବାହାରିଲେ ବିଧାୟକ , କହିଲେ ସାମ୍ବାଦିକଙ୍କ ପାଇଁ ଲାଗୁ ହେଉ ପେନସନ
ଭୁବନେଶ୍ୱର: ବିଧାନସଭା ଗୃହରେ ସାମ୍ବାଦିକଙ୍କ ପେନସନ ପ୍ରସଙ୍ଗ ଉଠାଇଲା ବିଜେଡି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାରେ ପିତାମାତା ଙ୍କୁ ସଂଯୋଗ କରାଯାଉ । ପୂର୍ବ ସରକାର ୫ ଲକ୍ଷରୁ ସ୍ୱାସ୍ଥ୍ୟ ବୀମା କରିଥିଲେ । ତେବେ ଏବେ ସାମ୍ବାଦିକଙ୍କ ପେନସନ ଲାଗୁ ହେଉ । ଦେଶର ୧୭ ଟି ରାଜ୍ୟରେ ପେନସନ ବ୍ୟବସ୍ଥା ରହିଛି । ଗଣାମଧ୍ୟମାକୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦିଅନ୍ତୁ । ସାମ୍ବାଦିକ ସୁରକ୍ଷା କାର୍ଯ୍ୟକାରୀ ହେଉ । ମୁଖ୍ୟମନ୍ତ୍ରୀଙ୍କ ନିକଟରରେ ସୂଚନା ପ୍ରସାରଣ ବିଭାଗ ରହିଛି । ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ଅପିଲ କରିଛି ବିଜେଡି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ବିଜେଡି ଗୌତମବୁଦ୍ଧ ଦାସ କହିଛନ୍ତି। ବିଜେଡି ବିଧାୟକ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବାକୁ ଅନୁରୋଧ କରିଛନ୍ତି | ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯାଉ |
ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି | ଯାହା ପାଇଁ ଖବର ସଂଗ୍ରହରେ ବାଧା ମଧ୍ୟ ଉପୁଜୁଛି | ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ଗୌତମବୁଦ୍ଧ ଦାସ କହିଛନ୍ତି।

ଦୀର୍ଘ 4ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ମୁକ୍ତ ହୋଇଥିଲା ରାଜ୍ୟ ପ୍ରଶାସନର ମୁଖ୍ୟାଳୟ 'ଲୋକସେବା ଭବନ' । ମୋହନ ସରକାରର ପ୍ରଥମ କ୍ୟାବିନେଟ ବୈଠକ ବସିବା ଅବସରରେ ଗଣମାଧ୍ୟମ ପାଇଁ ପୂର୍ବ କଟକଣାକୁ ହଟାଯାଇଥିଲା । ପୂର୍ବପରି ରାଜ୍ୟର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଗତ ଜୁନ ୧୨ ତାରିଖରେ ଲୋକସେବା ଭବନ ପ୍ରବେଶ କରି ରିପୋର୍ଟିଂ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ବେଶ ଖୁସି ପରିଲକ୍ଷିତ ହୋଇଥିଲା ।
2020 ମସିହା ମାର୍ଚ୍ଚ ମାସ ଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲାଗିଥିଲା । କୋରୋନା ମହାମାରୀ ସମୟରେ ଏହି କଟକଣା ଲଗାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଏହାକୁ ପ୍ରତ୍ୟାହାର କରିନଥିଲେ ନବୀନ ସରକାର । ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ । ହେଲେ ବର୍ତ୍ତମାନ ଯଦିଓ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଛି, ତଥାପି ସବୁ ସମୟରେ ମୁକ୍ତ ଅବାଧ ଭାବେ ପ୍ରବେଶ ପାଇଁ ଏବେବି କଟକଣା ଥିବା ଅଭିଯୋଗ ହୋଇଛି ।












Click it and Unblock the Notifications