ଶ୍ରୀକ୍ଷେତ୍ରରେ ଆଜି ହେବ ନାହିଁ ଗୋଷାଣୀ ଯାତ୍ରା

ଶ୍ରୀକ୍ଷେତ୍ରରେ ଆଜି ହେବ ନାହିଁ ଗୋଷାଣୀ ଯାତ୍ରା

ପୁରୀ: ଲଗାଣ ବର୍ଷା ପାଇଁ ପୁରୀରେ ଆଜି ହେବାକୁ ଥିବା ଗୋଷାଣୀ ଯାତ୍ରା ସ୍ଥଗିତ ରହିଛି । ପରମ୍ପରା ଅନୁସାରେ ସିଂହଦ୍ଵାର ପାଖରେ ସାତ ସାହି ୪୨ କନ୍ଦିର ପ୍ରାୟ ୬୦ଟି ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା । କିନ୍ତୁ ବର୍ଷା ପାଇଁ ଗୁରୁବାର ତାହା ସ୍ଥଗିତ ରହିଛି । ଆସନ୍ତାକାଲି ପାଗ ଶୁଖିଲା ରହିଲେ ଏହି ଗୋଷାଣୀ ଯାତ୍ରା ଆୟୋଜନ କରାଯିବା ନେଇ ସୂଚନା ରହିଛି । ସାହି କମିଟି ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

PURI

ତେବେ ଗତ ଦୁଇବର୍ଷ ହେବ କରୋନା ଯୋଗୁଁ ଗୋଷାଣୀ ଯାତ୍ରା ଫିକା ପଡିଥିବା ବେଳେ ଚଳିବ ବର୍ଷ ପ୍ରବଳ ବର୍ଷା ପାଇଁ ଗୋଷାଣି ଯାତ୍ରା ସ୍ଥଗିତ ରଖାଯାଇଛି । ବଡଦାଣ୍ଡର ଆକର୍ଷଣୀୟ ଆଲୋକ ମାଳା ସହ ଗୋଶାଣୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପରମ୍ପରା ଅନୁସାରେ ଗୋଷାଣୀ ଦେବୀ ମାନଙ୍କର ବଡଦାଣ୍ଡରେ ଦେବସଭା ହୋଇଥାଏ । ସବୁ ଗୋଷାଣୀ ମେଢ ବଡଦାଣ୍ଡକୁ ଆସି ବଡ ଏକାଦଶୀରେ ଶ୍ରୀମନ୍ଦିରର ମହାଦୀପ ଉଠିବା ପରେ ଦେବସଭା ଭାଙ୍ଗିଥାଏ । ମହାଦୀପ ଦର୍ଶନ କରିବା ପରେ ମଙ୍ଗଳାଘାଟରେ ନିର୍ମିତ ଏକ କୁତ୍ରିମ ପୁଷ୍କରିଣୀରେ ଜଳ ବିସର୍ଜନ କରାଯାଏ । ଏହା ପରେ ସନ୍ଧ୍ୟାରେ ଜହ୍ନିଖାଇ, ବାରବାଟୀ, ଶୂନ୍ଯଗୋଷାଣୀ, ବେଲବାଇ, ଗେଲବାଇ, ବୁଢାବୁଢୀ, ଚମ୍ପାଥି, ନାଗା ଆଦି ଚାଳିଶିରୁ ଉର୍ଦ୍ଧ୍ବ ଗୋଷାଣୀ ଦେବୀ ମାନେ ବିରାଟ ପଟୁଆରରେ ଆସି ଦେବସଭାରେ ସାମିଲ ହୋଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+