ଗୋପୀନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା, ୨୦ରୁ ଅଧିକ ଗୁରୁତର, ଜଣଙ୍କର ମୃତ୍ୟୁ
ଗୋପୀନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା, ୨୦ରୁ ଅଧିକ ଗୁରୁତର । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।
କଟକ: କଟକ ବଡମ୍ବା ଗୋପୀନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା । ସୂଚନା ଅନୁସାରେ ଏହି ଘଟଣାରେ ବର୍ତ୍ତମାନ ୨୦ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ବାଙ୍କୀ ପାଥପୁର ଗାଁର ଅଞ୍ଜନା ସ୍ୱାଇଁ (୪୫) । ୪ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୩ ଶିଶୁ ଏବଂ ୪ ମହିଳା ଥିବା ନେଇ ସୂଚନା ରହିଛି । ମକର ମେଳା ପାଇଁ ଆଜି ଲକ୍ଷାଧିକ ଲୋକ ବ୍ରିଜ୍ ଯୋଗେ ସିଂହାନାଥ ପୀଠକୁ ଯାଉଉଥିଲେ ଶ୍ରଦ୍ଧାଳୁ ।













Click it and Unblock the Notifications