ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ: ବିଜେପି ପାର୍ଟି ଅଫିସରେ ଦଳରେ ମିଶିଲେ ପ୍ରଦୀପ

ଆଜି ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ । ବିଜେପି ପାର୍ଟି ଅଫିସରେ ଦଳରେ ମିଶିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ।

ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଜେପିକୁ ସ୍ୱାଗତ କରିଥିଲେ । ବିଜେପିରେ ଯୋଗଦେବା ପରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଆଜି ମୋ ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହେଲି ।

ବିଜେପିରେ ସାମିଲ ହେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଶ୍ରେଷ୍ଠ ଭାରତ ଓ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ସମୟ ଆସିଛି । ଏବେ ସମୟ ପରିବର୍ତ୍ତନର, ସଜାଗର ସମୟ, ସୁଦୃଢ ଓଡ଼ିଶା ଓ ଭାରତ ଗଠନ କରିବାର ସମୟ । ବିଜେପିକୁ ଗୋଟିଏ ଥର ପାଇଁ ବିଜେପିକୁ ସୁଯୋଗ ଦେବାକୁ ଅପିଲ କରିଛନ୍ତି ପ୍ରଦୀପ ।

Pradeep Panigrahi

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ସମୟ ହେଉଛି ଏକ ପରିବର୍ତ୍ତନର ସମୟ । ବର୍ତ୍ତମାନର ସମୟ ଏକ ସୁଦୃଢ ଭାରତ ଓ ଏକ ସୁଦୃଢ ଓଡ଼ିଶା ଗଠନର ସମୟ ।
ପ୍ରକାଶ ଯେ ବିଜେଡିରୁ ବହିଷ୍କୃତ ହେବା ପରେ ଶ୍ରୀ ପାଣିଗ୍ରାହୀ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଥିଲେ । ଏପରିକି ସାରା ରାଜ୍ୟ ଏବେ ଗେରୁଆମୟ ହେବାକୁ ଯାଉଥିବା ସେ କହିଥିଲେ ।

୨୦୨୦ ନଭେମ୍ବର ୨୦ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ବିଜେଡିରୁ ବହିଷ୍କୃତ ହେବା ପରଠୁ ପ୍ରଶାସନିକ କାର୍ଯ୍ୟରେ ପ୍ରଦୀପଙ୍କୁ ଅଣଦେଖା କରାଯାଉଥିଲା। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି ।

ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇ ବିକାଶ ସରକାରଙ୍କୁ ଭୋଟ ଦେବାକୁ ସେ କହିଛନ୍ତି । ନବୀନ ସରକାରଙ୍କୁ ହଟାଇବାକୁ କହିଛନ୍ତି ପ୍ରଦୀପ । ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି କରିଛନ୍ତି ପ୍ରଦୀପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+