ଗୋପାଳପୁର ଗଣଦୁଷ୍କର୍ମ ମାମଲା; ନିଜ ଆଡ଼ୁ ମାମଲା ରୁଜୁ କଲା NHRC
ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା । ନିଜ ଆଡ଼ୁ ମାମଲା ରୁଜୁ କଲା NHRC । ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ।

ସେପଟେ, ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କ କ୍ରାଇମ୍ ସିନ୍ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ମିଳିଛି । ଗିରଫ ୧୦ ଜଣ ଅଭିଯୁକ୍ତଙ୍କ ମୋବାଇଲ୍ ଜବତ କରି SFSLକୁ ପଠାଯାଇଛି । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ସେ କହିଛନ୍ତି ।
ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ଗୋପାଳପୁର ବେଳାଭୂମିକୁ ଜଣେ ୨୦ ବର୍ଷର କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିରେ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି । କ୍ରାଇମ୍ବ୍ରାଞ୍ଚ ଆଇଜି ଏସ୍.ସାଇନିଙ୍କ ତତ୍ତ୍ୱାବଧାନରେ ୯ ଜଣିଆ ଟିମ୍ ବ୍ରହ୍ମପୁରରେ ଡେରା ପକାଇଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।












Click it and Unblock the Notifications