ଗୋପାଳପୁର ଲଜ୍ଜା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ

ଗୋପାଳପୁର ଲଜ୍ଜା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ । ରିମାଣ୍ଡ ସହ ଟିଆଇ ପରେଡ୍ ପାଇଁ କ୍ରାଇମବ୍ରାଞ୍ଚର ଆବେଦନ । ବ୍ରହ୍ମପୁର ଏସ୍‌ଡିଜେଏମ୍‌ ରୁରାଲ କୋର୍ଟରେ ଆବେଦନ ।

Gopalpur gang rape

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କର ଡିଏନଏ ପରୀକ୍ଷା ହେବ। ଏଥିପାଇଁ ଗୁରୁବାର ସେମାନଙ୍କର ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଅପରାହ୍ନରେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ରୀ ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ବିଡିଏ ଅଧୀନରେ ରହିଥିବା କାଠ ପୋଲ ବୁଲିବାକୁ ଯାଇଥିବାବେଳେ ପ୍ରାୟ ସନ୍ଧ୍ୟା ୭ଟା ବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ ଜଣ ଯୁବକ ୩ଟି ମୋଟରସାଇକେଲରେ ଆସି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ପୁରୁଷବନ୍ଧୁ ସେମାନଙ୍କୁ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରି ବାନ୍ଧିଦେବା ସହିତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସେହିଦିନ ରାତି ୧୧ଟାରେ ପୀଡ଼ିତା ଯୁବତୀ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ‌। ଏହା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜନୈକା ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ଜିଲାରେ ହଇଚଇ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ବାହାର ଜିଲାର ଜନୈକା ଛାତ୍ରୀ ବ୍ରହ୍ମପୁର ଅଞ୍ଚଳର ଏକ ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ରବିବାର ସାରେ ଛାତ୍ରୀ ଜଣକ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ଉଭୟେ ଏକ ନିଛାଟିଆ ସ୍ଥାନରେ ବସିଥିବା ବେଳେ ସା ପ୍ରାୟ ୭ଟା ସମୟରେ ୩ଟି ବାଇକରେ ୧୦ଜଣ ଯୁବକ ପହଞ୍ଚି ପ୍ରଥମେ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଥିଲେ। ପରେ ଯୁବତୀଙ୍କୁ ଉଠାଇ ନେଇ ଜଣକ ପରେ ଜଣେ ଗଣବଳାତ୍କାର କରିଥିଲେ।

ଏଥିସହ ପୁରୁଷ ବନ୍ଧୁଙ୍କଠାରୁ ଫୋନ୍‌ ପେ ମାଧ୍ୟମରେ ୪ରୁ ୫ ଶହ ଟଙ୍କା ନେଇ ବିଭିନ୍ନ ଧମକଚମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପିଛା କରିଥିଲା। ଗୋପାଳପୁର ଓଭରବ୍ରିଜ ନିକଟରେ ୪ଜଣ ଯୁବକ ଥିବାବେଳେ ପୋଲିସକୁ ଦେଖି ୩ଜଣ ସେଠାରୁ କୌଶଳ କ୍ରମେ ଚମ୍ପଟ ମାରିଥିଲେ। ହେଲେ ପୋଲିସ ଜଣଙ୍କୁ ବାକୁ କରିବାରେ ସକ୍ଷମ ହୋଇଥିଲା। ପରେ ପୋଲିସ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରି ଅନ୍ୟସମସ୍ତ ଅଭିଯୁକ୍ତଙ୍କ ପରିଚୟ ପାଇଥିଲା।

ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଜଣ ଯୁବକଙ୍କୁ ଉଠାଇ ଆଣିଥିଲା। ୩ଜଣ ଯୁବକ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ଅନ୍ୟ ଦୁଇ ବଳାତ୍କାରୀ ଯୁବକ ଫେରାର ଥିବା ଜଣାପଡ଼ିଛି। ସେମାନଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି।

ପୋଲିସ ଯୁବତୀଙ୍କ ଡାକ୍ତରୀ ମାଇନା ପାଇ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଏସ୍‌ପି ବିବେକ ଏମ୍‌, ଅତିରିକ୍ତ ଏସପି, ବ୍ରହ୍ମପୁର ଏସଡିପିଓ, ଗୋପାଳପୁର ଥାନା ଅଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀ ପୁରୁଷବନ୍ଧୁଙ୍କୁ ଗଣ ବଳାକତ୍ାର ହୋଇଥିବା ସ୍ଥାନକୁ ନେଇ ତଦନ୍ତ କରିଥିଲେ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣବଳାକତ୍ାର ହୋଇଥିବା ବେଳେ କିଛିଦିନ ଅନ୍ତରରେ ପୁଣି ଏକ ଲଜ୍ଜାଜନକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଗୋପାଳପୁର ବେଳାଭୂମିରେ ପୋଲିସ ପାଟ୍ରୋଲିଂ କରାଯାଉ ନ ଥିବା ଅଭିଯୋଗ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+