କାହିଁକି ଗୋପାଳପୁର ଓ ସୁନପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ମନା ?
ସମୁଦ୍ର ବେଳାଭୂମିରେ ଉନ୍ନତିମୂଳକ କାର୍ଯ୍ୟ ସହ ସଫେଇ କାମ ଥିବାରୁ ଏଠାକୁ ଯିବାକୁ ବନ୍ଦ କରାଯାଇଛି ।
ଗୋପାଳପୁର : ରାଜ୍ୟର ଗୋପାଳପୁର ଓ ସୁନପୁର ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ସବୁ ସମୟରେ ଆକର୍ଷଣର କେନ୍ଦ୍ର ହୋଇ ରହିଥାଏ । ବିଶେଷ କରି ଶୀତ ଋତୁରେ ଏହି ବେଳାଭୂମି ମାନଙ୍କରେ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ପଡେ । ତେବେ ଆଜି ଠାରୁ ଅର୍ଥାତ ନଭେମ୍ବର 28 ତାରିଖରୁ ଏଠାକୁ ପର୍ଯ୍ୟଟକମାନଙ୍କୁ ଆସିବାକୁ ବାରଣ କରାଯାଇଛି । ଏପରିକି ବେଳାଭୂମିରେ ଲୋକ ଗହଳୀ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Gopalpur and Sunapur Beach 🏖 will be closed for some development work and cleaning activities and also to avoid huge public congregations from 28 Nov to 30th Nov. please cooperate and stay at home, be safe. @CMO_Odisha @SRC_Odisha @IPR_Odisha
— Collector & District Magistrate, Ganjam (@Ganjam_Admin) November 27, 2020
ସମୁଦ୍ର ବେଳାଭୂମିରେ ଉନ୍ନତିମୂଳକ କାର୍ଯ୍ୟ ସହ ସଫେଇ କାମ ଥିବାରୁ ସମୁଦ୍ରବେଳାକୁ ବନ୍ଦ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏସଂକ୍ରାନ୍ତ ଏକ ଟ୍ୱିଟ୍ ମଧ୍ୟ କରିଛି । ଅନଲକ୍ ଆରମ୍ଭ ହୋଇଯାଇଥିବା ବେଳେ ଏହି ବେଳାଭୂମିରେ ଆସନ୍ତା ଦିନମାନଙ୍କରେ ଭିଡ଼ ଜମିବ । ଏହି କାରଣରୁ ବେଳାଭୂମିକୁ ସଫା କରିବା ସହ ଏଠାରେ ଉନ୍ନୟନମୂଳକ କାର୍ଯ୍ୟକୁ ଶୀଘ୍ର ସାରିବାକୁ ପ୍ରଶାସନ ଏପରି ନିଷ୍ଟତି ନେଇଛି । ଆଜି ଠାରୁ ଏହି କାର୍ଯ୍ୟ ଆରମ୍ଭ ହେଉଥିବାରୁ ଏହି ବେଳାଭୂମିକୁ ଅଧିକ ସଂଖ୍ୟର ପର୍ଯ୍ୟଟକ ଏହି ତିନି ଦିନ ନଆସିବାକୁ ଅନୁରୋଧ କରିଛି ପ୍ରଶାସନ ।












Click it and Unblock the Notifications