ପର୍ଯ୍ୟଟକଙ୍କ ପାଇଁ ସପ୍ତାହକୁ ଦୁଇ ଦିନ ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ବେଳାଭୂମି
ଗଞ୍ଜାମରେ କରୋନା ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ଦୁଇ ପ୍ରମୁଖ ବେଳାଭୂମିରେ ଭିଡ କମାଇବା ପାଇଁ ଏପରି ପଦକ୍ଷପ ନେଇଛି ଜିଲ୍ଲା ପ୍ରଶାସନ ।
ବ୍ରହ୍ମପୁର: ଗଞ୍ଜାମରେ କରୋନା ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ଦୁଇ ପ୍ରମୁଖ ବେଳାଭୂମିରେ ଭିଡ କମାଇବା ପାଇଁ ଏପରି ପଦକ୍ଷପ ନେଇଛି ଜିଲ୍ଲା ପ୍ରଶାସନ । ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଗୋପାଳପୁର ଓ ସୁନାପୁର ସମୁଦ୍ର ବେଳାଭୂମୀରେ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଭିଡ କମାଇବାକୁ ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ସମୂଦ୍ରକୂଳ । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ସୋମବାର ଦିନ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ ମା ତାରିଣୀ ମନ୍ଦିର ମଧ୍ୟ ବୁଧବାର ବନ୍ଦ ରହିବ
ସୂଚନାଥାଉ କି, ଆଜି ରାଜ୍ୟରେ ୧୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରୁ ୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications