ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ: ଗୋପାଳକୁ ମନୋଜ କହିଥିଲେ ଦାଦା ତୁମ ଉପରେ ରାଗିଛନ୍ତି’
ଭୁବନେଶ୍ୱର: ବହୁଚର୍ଚ୍ଚିତ ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ଆସିଲା ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ପଲିଗ୍ରାଫ୍ ଟେଷ୍ଟରେ ଗୋପାଳ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ସୂଚନା ରହିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନବ ଦାସ ଗୋପାଳ ଉପରେ ରାଗିଥିବା ନବଙ୍କ ଜଣେ ଲୋକ କହିଥିଲେ । ତାଙ୍କ ନାଁ ହେଉଛି ମନୋଜ ବେରିଆ ।

ସେ ଗୋପାଳକୁ କହିଥିଲେ ଯେ, ଦାଦା ତୁମ ଉପରେ ରାଗିଛନ୍ତି । ଗୋପାଳ ନିଜ ବଡ଼ଭାଇ ସହ ବସିଥିବା ବେଳେ ମନୋଜ ତାଙ୍କୁ ଏହି କଥା କହିଥିଲେ । ଗାଡ଼ି ଅଟକାଇବା, ସମର୍ଥକଙ୍କୁ ତାଗିଦ କରିବା ନେଇ ନବ ଖପ୍ପା ଥିବା ଭାବୁଥିଲେ ଗୋପାଳ । ଏସବୁ କାରଣକୁ ନେଇ ନବଙ୍କ ଆଡୁ ତା ପ୍ରତି ବିପଦ ଥିବା ଭାବୁଥିଲା ଗୋପାଳ । ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ନବଙ୍କୁ ହତ୍ୟା ଯୋଜନା କରିଥିଲା । ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି ।
ଅନ୍ୟପଟେ ପଲିଗ୍ରାଫ ଟେଷ୍ଟରେ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ୧୩ଟି ପ୍ରଶ୍ନର ଉତ୍ତରରେ ହିଁ କହିଥିଲା ଗୋପାଳ । ଅନ୍ୟ ୧୩ଟି ପ୍ରଶ୍ନରେ ଗୋପାଳର ଉତ୍ତର ଥିଲା ନା । ମନ୍ତ୍ରୀ ଖପ୍ପା ଥିବା ଖବର ପାଇ ଚିନ୍ତାରେ ଥିଲା ଗୋପାଳ । ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କା କରୁଥିଲା ଗୋପାଳ । ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଶପଥ ନେଇଥିଲା ଗୋପାଳ । ମୁଣ୍ଡନ ହୋଇ ମନ୍ଦିରରେ ଶପଥ ନେଇଥିଲା ଗୋପାଳ ।












Click it and Unblock the Notifications