ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଅବଧି ବୃଦ୍ଧି କଲେ ରାଜ୍ୟ ସରାକର
ଭୁବନେଶ୍ୱର: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଅବଧି ବୃଦ୍ଧି କଲେ ରାଜ୍ୟ ସରାକର । ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନବୀକରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁମୋଦନ କ୍ରମେ ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ ।
ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସାମ୍ବାଦିକଙ୍କ ପାଇଁ ବାର୍ଷିକ ପ୍ରିମିୟମ ବାବଦରେ ୮ କୋଟି ୫୫ ଲକ୍ଷ ୭୬ ହଜାର ୩୧୪ ଟଙ୍କା ଓରିଏଣ୍ଟାଲ ବୀମା କମ୍ପାନୀକୁ ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ଉକ୍ତ ବୀମା କମ୍ପାନୀ ସହ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ପ୍ରାଥମିକ ଭାବେ ଏହି ବୀମା ଯୋଜନାରେ ରାଜ୍ୟର ୭୦୪୧ ଜଣ ସାମ୍ବାଦିକ ଆସନ୍ତା ୧ ବର୍ଷ ପାଇଁ ବୀମାଭୁକ୍ତ ପଞ୍ଜିକୃତ ହୋଇଛନ୍ତି । ଏହି ଯୋଜନାରେ ନୂତନ ଭାବେ ପଞ୍ଜିକୃତ ହେବା ପାଇଁ ଆବେଦନ କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସେପ୍େଟମ୍ବର ମାସ ପ୍ରଥମ ସପ୍ତାହରେ ପୋର୍ଟାଲ ଖୋଲିବ ,ଏବଂ ପଞ୍ଜିକରଣ ନିମନ୍ତେ ଏକ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଯେଉଁମାନେ ପଞ୍ଜିକୃତ ସାମ୍ବାଦିକ ସେମାନେ ଏଥିରେ ପୁନର୍ବାର ଆବେଦନ କରିବା ଆବଶ୍ୟକ ନାହିଁ।












Click it and Unblock the Notifications