ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍ : ରାୟପୁର ବଦଳରେ କନ୍ଧମାଳ, ଫସିକି ରହିଛି ...
ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍ । ରାୟପୁର ଯାଉଥିଲେ ପହଞ୍ଚିଲେ କନ୍ଧମାଳରେ। ଦୁର୍ଘଟଣାରୁ ପବର୍ତ୍ତିଗଲେ ଡ୍ରାଇଭର । ଗୁଗୁଲ ମ୍ୟାପ୍ ଭୁଲ ରାସ୍ତା ଦେଖାଇବା ଯୋଗୁ ଛତିଶଗଡ଼ର ରାୟପୁର ଯାଉଥିବା ଚାଉଳ ବୋଝେଇ ଟ୍ରକଟି କନ୍ଧମାଳ ଜିଲ୍ଲା ଗାଜଲବାଡ଼ି ଘାଟିରେ ୩ ଦିନ ହେବ ଫଶି ରହିଛି ।
ଗୋଟେ ଚାଉଳ ବୋଝେଇ ଟ୍ରକ୍ ବିଶାଖାପାଟଣାରୁ ବାହାରି ଛତିଶଗଡ଼ର ରାୟପୁରକୁ ଯାଉଥିଲା । ଟ୍ରକ୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ସର୍ଟକର୍ଟ ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲେ । ହେଲେ ଗୁଗୁଲ ମ୍ୟାପ ତାଙ୍କୁ ଭୁଲ୍ ରାସ୍ତା ଦେଖାଇଥିଲା। ଟ୍ରକଟି ରାୟପୁର ଯିବାକୁ ଥିବା ବେଳେ କନ୍ଧମାଳ-ଗଂଜାମ ସୀମାନ୍ତ ଗାଜଲବାଡ଼ି ଘାଟିର ଅଣ ଓସାରିଆରେ ପହଞ୍ଚିଯାଇଥିଲା। ଆଉ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରକ୍ ଡ୍ରାଇଭର ଓ ହେଲପର । ୩ ଦିନ ହେଲା ଟ୍ରକଟି ସେହି ଅଣ ଅସାରିଆ ରାସ୍ତାରେ ଫଶି ରହିଛି । ଫଳରେ ସେହି ରାସ୍ତା ଦେଇ ଅନ୍ୟ ଗାଡ଼ି ଗୁଡ଼ିକ ଯିବା ପାଇଁ ଅସୁବିଧା ହେଉଛି।
ଅନ୍ୟପକ୍ଷରେ ଗାଡ଼ିଟି ଖରାପ ହୋଇଯାଇଥିବା ଡ୍ରାଇଭର କହିଛନ୍ତି। ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।

ଡ୍ରାଇଭରଙ୍କ କହିବା ଅନୁଯାୟୀ, ବିଶାଖାପାଟଣାରୁ ଏକ ଚାଉଳ ବୋଝେଇ ଟ୍ରକ ରାୟପୁର ଅଭିମୁଖେ ଯାଉଥିଲା । ଡ୍ରାଇଭର ଜଣକ ଜିପିଏସ ମ୍ୟାପ ଦେଖି ଗାଡି ଚଳାଉଥିଲେ । ହେଲେ ଜିପିଏସ ମ୍ୟାପ ତାଙ୍କୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଘାଟି ରାସ୍ତାର ସର୍ଟକର୍ଟ ଦେଇ ଯିବା ଲାଗି ରାସ୍ତା ଦେଖାଇଥିଲା । ତେବେ ସେହି ଅଣ ଅସାରିଆ ଘାଟି ରାସ୍ତାରେ କୌଣସି ଭାରି ଯାନ ଯିବା ଲାଗି ନିଷେଧ ରହିଛି ! କିନ୍ତୁ ଜିପିଏସ ମ୍ୟାପ ଦେଖି ଟ୍ରକ ଚାଳକ ଘାଟି ରାସ୍ତାରେ ଗତ ୩ ଧରି ଫସି ରହିଛନ୍ତି ।
ଟ୍ରକ୍ଟି ଫଛକୁ ଗଡ଼ିବା ଆରମ୍ଭ କରିବା ଏବଂ ବ୍ରେକ୍ କାମ ନକରିବାରୁ ଚକା ତଳେ ବଡ଼ ବଡ଼ ପଥର ଥୋଇ ଅଟକାଯାଇଛି। ଏଭଳି ପରିସ୍ଥିତିରେ ସେହି ରାସ୍ତା ଦେଇ ଦୈନିକ ଯିବାଆସିବା କରୁଥିବା ଯାତ୍ରୀବାହୀ ବସ ଗୁଡିକ ବୁଲାଣି ରାସ୍ତାରେ ବୁଲି ପାରୁନାହିଁ । ଫଳରେ ଯାତ୍ରୀବାହୀ ବସ ଚାଳକ ବିପଦପୂର୍ଣ୍ଣ ଭାବେ ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଘାଟି ରାସ୍ତାରେ ଟ୍ରକ ଫସି ରହିବା ଅନ୍ୟପଟେ ଘାଟି ରାସ୍ତା ସମ୍ପ୍ରସାରଣ କାମ ହେଉନଥିବା ଯୋଗୁ ଗାଡି ଚାଳକ ଅନେକ ଅସୁବିଧାର ସାମ୍ନା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଦାରିଙ୍ଗବାଡି ଦେଇ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ସାଙ୍ଗକୁ ପର୍ଯ୍ୟଟକଙ୍କ ଗାଡି ଗୁଡିକ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେବାର ଲାଗିଛି ।












Click it and Unblock the Notifications