ବଦଳିଲା ନିୟମ, ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ! ଏହି ସୟରେ ଟୁଇନ୍ ସିଟିରେ ପ୍ରବେଶ କରିବ ନାହିଁ ମାଲବାହୀ ଟ୍ରକ
ଭୁବନେଶ୍ୱର: ଏଣିକି ଟୁଇନ୍ ସିଟିରେ ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି । ଆଉ ରାସ୍ତା ଉପରେ ଲୋକଙ୍କୁ କରିବା ପାଇଁ ପଡିବ ନାହିଁ ଘଣ୍ଟା ଘଣ୍ଟା ଅପେକ୍ଷା ଏହା ସହ ଦୁର୍ଘଟଣା ସଂଖ୍ୟା ମଧ୍ୟ କମିବ । କାରଣ କମିସନରେଟ୍ ପୋଲିସ ପକ୍ଷରୁ ଜାରି କରାଯାଇଛି ନୂଆ କଟକଣା । ଆଉ ସଂଧ୍ୟା ହେଲେ ସହର ଭିତରକୁ ପ୍ରେବେଶ କରିପାରିବ ନାହିଁ ମାଲବାହୀ ଗାଡ଼ି ।
ସୋମବାର ଦିନ ପୋସିଲ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ଏଣିକି ସନ୍ଧ୍ୟା ସମୟରେ ଅଢେଇ ଘଣ୍ଟା ପାଇଁ ଛଅ ଚକିଆ ଟ୍ରକ ଏବଂ ଏହାଠାରୁ ବଡ଼ ଟ୍ରକ ସମେତ ମାଲବାହୀ ଗାଡ଼ିକୁ ଭୁବନେଶ୍ୱର ଏବଂ କଟକ ସୀମା ମଧ୍ୟରେ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ପିଚାପଲ୍ଲୀରୁ ଭୁବନେଶ୍ୱର ଓ ମଙ୍ଗୁଳିରୁ କଟକ ଆଡ଼କୁ ଆସୁଥିବା ଏହି ଗାଡ଼ିଗୁ଼ଡିକ ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୭.୩୦ ଯାଏଁ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ହେଲେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନୟୋଜିତ ଥିବା ମାଲବାହୀ ଗାଡ଼ିଗୁ଼ଡ଼ିକୁ ଏହି କଟକଣାରୁ ବାଦ୍ ଦିଯାଇଛି । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଏପରି କଟକଣା ଜାରି କରାଯାଇଛି ।












Click it and Unblock the Notifications