ଭୁବନେଶ୍ୱରରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍
Bhubaneswar News: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଭୁବନେଶ୍ୱରରେ ରେଳ ଷ୍ଟେସନରେ ଏକ ମାଲବାହୀ ଗାଡି଼ର ଗୋଟିଏ କୋଚ୍ ସମ୍ପୂର୍ଣ୍ଣ ଭାବେ ଟ୍ରାକରୁ ଖସି ପଡିଛି । ତେବେ ବର୍ତ୍ତମାନ ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇ ନାହିଁ । ତେବେ ଏହି ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ ।

ସୂଚନା ମିଳିବା ପରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ସକାଳ ୯ଟା ସମୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।












Click it and Unblock the Notifications