ପ୍ରବାସୀ ଭାରତୀୟ ଦିବସ ପାଇଁ ଭଲ ପ୍ରସ୍ତୁତି ଓଡିଶା ସରକାର ; ଏସ ଜୟଶଙ୍କର
ଆସନ୍ତାକାଲିଠାରୁ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏଥିଲାଗି ଜଣଙ୍କ ପରେ ଜଣେ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚୁଛନ୍ତି। ସେମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି।

ତେବେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ଲାଗି ୫ ଦିନିଆ ଓଡିଶା ଗସ୍ତ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର। ଆଜି ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏବଂ କହିଛନ୍ତି ଆମ ମୋ ପାଇଁ ବଡ ସୌଭାଗ୍ୟର ଦିନ। ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶା ସରକାର ଭଲ ପ୍ରସ୍ତୁତି କରିଛନ୍ତି । ଓଡିଶା ମାନଚିତ୍ରକୁ ସାରା ଦୁନିଆରେ ସ୍ଥାନିତ କରିବୁ। ପୁରୀ ଯିବା ପୂର୍ବରୁ ସେ କୋଣାର୍କ ଯାଇ ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବା ସହ ସୂର୍ଯ୍ୟମନ୍ଦିର ବୁଲି ଦେଖିଥିଲେ। ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସେ ଉପସ୍ଥିତ ରହିବେ। ୧୦ ତାରିଖରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।












Click it and Unblock the Notifications