ଖୁସି ଖବର; ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟଙ୍କା ରିଲିଜ କରିବେ ଏବଂ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ। । ତେବେ ବିଭିନ୍ନ କାରଣରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନରୁ ୨୫ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ଶୁଭଦ୍ରା ଟଙ୍କା ଦିଆଯିବ । ବାଦ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ରିପୋର୍ଟ ଆସିବା ପରେ ପ୍ରାୟ ୨୫ ପ୍ରତିଶତ ସଂଶୋଧନ କରାଯାଇଛି । ସେମାନେ ତୃତୀୟ ପର୍ୟ୍ୟାୟରେ ଶୁଭଦ୍ରା ଟଙ୍କା ପାଇବା ନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ତେବେ ବଳକା ହିତାଧିକାରୀଙ୍କ ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ । ତାଙ୍କ ନାଁ'ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରୀଫିକେସନ ହେବ ଏବଂ ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Subhadra Yojana

ମିସ୍ ମ୍ୟାଚ୍‌ ଆକାଉଣ୍ଟକୁ ଯିବନି ଟଙ୍କା
ସଚେତନ କରିବାକୁ ଘରକୁ ଯିବେ ସରକାରୀ ଅଧିକାରୀ । ସୁଭଦ୍ରା ଯୋଜନାରେ ୫ ଲକ୍ଷ ଆକାଉଣ୍ଟ ମିସ ମ୍ୟାଚ ହୋଇଥିଲା, ଯାହା ବର୍ତମାନ ସୁଦ୍ଧା ସମାଧାନ ହୋଇପାରି ନାହିଁ । ଅର୍ଥାତ ୫ ଲକ୍ଷ ଆବେଦନକାରୀ ଚଳିତଥର ଲାଭବାନ ହୋଇପାରିବେ ନାହିଁ । ସେମାନଙ୍କ ଆକାଉଣ୍ଟ-ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସାମିଲ ହେବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ ।

ବିଜେପି ସରକାରର ବହୁ ପ୍ରତିକ୍ଷୀତ ଯୋଜନା ସୁଭଦ୍ରାକୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ କିସ୍ତିରେ ଦୁଇଟି ପର୍ୟ୍ୟାୟରେ ୬୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିଥିବାବେଳେ ରବିବାର ୨୦ ଲକ୍ଷରୁ ଉର୍ଦ୍ଧ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ତେବେ ଡିସେମ୍ବରରେ ସୁଦ୍ଧା ଏକ କୋଟି ମହିଳା ପାଇବେ ସୁଭଦ୍ରା ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+