ଖୁସି ଖବର ; ବଢିପାରେ ମଧ୍ୟାହ୍ନ ଭୋଜନ ମୁଣ୍ଡପିଛା ଅର୍ଥ, ସୂଚନା ଦେଲେ ମନ୍ତ୍ରୀ
ବଢିବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନର ମୁଣ୍ଡପିଛା ଅର୍ଥ ! ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କଥା ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। ଗୃହରେ ଲିଖିତ ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ବଜାରରେ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ମୁଣ୍ଡପିଛା ମୂଲ୍ୟ ବୃଦ୍ଧି ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ଅଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଅନୁପାତରେ ପରିଚାଳିତ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପ୍ରତ୍ୟେକ ସରକାରୀ ଓ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ୪୪ଲକ୍ଷ ୫୦ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି।
ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମୁଣ୍ଡପିଛା ପଡିର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି। ଏହାସହ ରାଜ୍ୟ ସରକାର ନିର୍ଦ୍ଧାରିତ ପଡିର ଅଂଶ ପ୍ରଦାନ କରିଥାନ୍ତି ଏହା ବାଦ୍ ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଅତିରିକ୍ତ ପଡି ଖର୍ଚ୍ଚ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥାନ୍ତି। ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।












Click it and Unblock the Notifications