Get Updates
Get notified of breaking news, exclusive insights, and must-see stories!

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିଖରଚଣ୍ଡୀ ପୀଠ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା'ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଛି ଅନୁମତି।

୨ ଦନ୍ତା ହାତୀ ବୁଲୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ହାତୀ ବୁଲୁଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା । ତେବେ ହାତୀ ବୁଲୁଥିବାରୁ ଅଘଟଣ ହେବାର ସମ୍ଭାବନା ମଧ୍ୟ ରହିଥିଲା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପଦକ୍ଷେପ ନେଇଥିଲା । ଲୋକଙ୍କ ସୁରକ୍ଷା ନେଇ ଇନ୍‌ଫୋସିଟି ଥାନାକୁ ଅବଗତ କରିଥିଲା ବନ ବିଭାଗ । ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ।

Shikhar Chandi

ଗତ ୫ ଦିନ ହେବ ଭରତପୁର ଜଙ୍ଗଲରୁ ୭ଟିକିଆ ହାତୀ ପଲ ଶିଖରଚଣ୍ଡୀ ମୁଣ୍ଡିଆକୁ ପଳାଇ ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ଟି ହାତୀ ମୁଣ୍ଡିଆ ଉପରେ ରହି ଯାଇଥିଲେ। ବନ ବିଭାଗର ଉଦ୍ୟମ ସତ୍ତ୍ଵେ ସେମାନେ ଫେରୁ ନଥିଲେ। ଫଳରେ ବନ ବିଭାଗର ଚନ୍ଦକା ଓ ଭୁବନେଶ୍ୱର ଟିମ୍‌ ଡ୍ରୋନ୍‌ ସାହଯ୍ୟରେ ହାତୀକୁ ଟ୍ରାକିଂ କରିଥିଲେ। ସ୍ପେଶାଲ ଗ୍ରୁପ୍‌ ହୋଇ ହାତୀକୁ ଖୋଜା ଖୋଜି କରିଥିଲେ । ତଥାପି ଦନ୍ତା ୨ଟି ବୋଲ ମାନି ନଥିଲେ । ଗର୍ଜନ କରି ଜଙ୍ଗଲ ଭିତରକୁ ପଶିଯାଇଥିଲେ । ଅନ୍ୟପଟେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀଙ୍କୁ ନଘଉଡ଼ାଇଲା ପର୍ଯ୍ୟନ୍ତ ଶିଖରଚଣ୍ଡୀ ପୀଠ ବନ୍ଦ ରଖାଯାଇଥିଲା। ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥିଲା।

ରବିବାର ମଧ୍ୟ ଦୂରଦୂରାନ୍ତରୁ ଶତାଧିକ ପର୍ଯ୍ୟଟକ ଭୋଜି କରିବାକୁ ଆସି ପହଞ୍ଚିଥିଲେ । ଫାଟକରେ ତାଲା ପଡ଼ିଥିବାର ଦେଖି ଅନେକ ସମୟ ଅପେକ୍ଷା କରିଥିଲେ । ହାତୀ ପାଇଁ ତାଲା ପଡ଼ିଥିବା ଜାଣି ନିରାଶ ମନରେ ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ପଳାଇ ଯାଇଥିଲେ। ଗତକାଲି ରାତି ତମାମ ବନ ବିଭାଗ ହାତୀଙ୍କୁ ଘଉଡ଼ାଇଥିଲା। ଆଜି ଭୋର୍ ୫ଟା ବେଳେ ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ ଫେରିଛନ୍ତି। ଏହାପରେ ପର୍ଯ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ପୀଠ ଖୋଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+